ପାରାଦୀପରେ ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ ସେଂଟରର ଶୁଭାରମ୍ଭ : ଭର୍ଚୁଆଲ ପ୍ଲାଟଫର୍ମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଲିମର ଶିଳ୍ପର ପ୍ରୋତ୍ସାହନ ପାଇଁ କାମ କରିବ ୪୩ କୋଟିର ପ୍ରକଳ୍ପ

242

କନକ ବ୍ୟୁରୋ : ପାରାଦ୍ୱୀପରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ କମ୍ପେ୍ଲସ ସହ ୪୩ କୋଟି ଟଙ୍କାର ଏକ ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ ସେଂଟର, ପିଏଡିସି ପ୍ରତିଷ୍ଠା ହୋଇଛି । ଏହାକୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧ ର୍ମେନ୍ଦ୍ରପ୍ରଧାନ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦଘାଟନ କରିଛନ୍ତି । ୫ ଏକର ଜମି ଓ ୩ ହଜାର ୩୩୪ ବର୍ଗମିଟର ବିଶିଷ୍ଟ କ୍ଷେତ୍ରରେ ଏହି ପିଏଡିସି ପ୍ରତିଷ୍ଠା କରାଯାଇଛି । କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିସି ପାରାଦୀପର ବିକାଶ ଓ ପଲିମର ଆମଦାନୀକୁ ହ୍ରାସ କରିବାରେ ବିକଳ୍ପ ଭାବେ ସହାୟକ ହେବ । ପିଏଡିସିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଭିନବ ଆପ୍ଲିକେଶନର ବିକାଶ କରି ଭଲ କପଡା ଓ ଟେକନିକାଲ ଟେକ୍ସଟାଇଲ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ଆମଦାନୀକୁ ହ୍ରାସ କରିବା ।

ଏହି କେନ୍ଦ୍ର ପଲିମେରିକ ସାମଗ୍ରୀ ଓ ସମ୍ବୋଧିତ ଜିନିଷଗୁଡିକର ବିକଶିତ ଅଂଚଳକୁ ଚିହ୍ନଟ କରିବା ସହ ସ୍ୱଦେଶୀ ପ୍ରୋତ୍ସାହନ ଭାବେ ଭାରତକୁ ଆତ୍ମନିର୍ଭର କରିବ । ଆଗାମୀ ଦିନରେ ଭଦ୍ରକ ଓ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବେ ବି କାମ କରିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.