ପାରାଦ୍ୱୀପ: ଆଇଓସିଏଲରୁ ତେଲ ଚୋରି । ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଅଭିନବ ଉପାୟରେ ପାରାଦୀପ ତୈଳ ବିଶୋଧନାଗାରରୁ ଚାଲିଛି ଲୁଟ୍ । ଆଇଓସିଏଲର ପାଇପ କଣାକରି ଲୁଟ୍ ହେଉଛି ପେଟ୍ରୋଲ, ଡିଜେଲ ଓ କିରୋସିନ୍ । ପାରାଦୀପ ନେହେରୁ ବଙ୍ଗଳା ରାସ୍ତା କଡ ଦେଇ ଯାଇଥିବା ପାଇପ ଲାଇନରୁ ଏଭଳି ବେଧଡକ ହେଉଛି ତେଲ ଚୋରି । ଏହି ରାସ୍ତା ଦେଇ ଯାଇଥିବା ୩ଟି ପାଇପ ଲାଇନକୁ କଣାକରି ଲକ୍ଷାଧିକ ଟଙ୍କାର କିରୋସିନ ଓ ପେଟ୍ରୋଲ, ଡିଜେଲ ଲୁଟ୍ ହେଉଛି । ରାସ୍ତା କଡରେ ଯାଇଥିବା କମ୍ପାନିର ପାଇପକୁ କଣାକରି ଅନ୍ୟ ପାଇପ ସାହାଯ୍ୟରେ ଏଥରୁ ଅଭିନବ ଉପାୟରେ ଚୋରି ହେଉଛି ତେଲ ।
କମ୍ପାନିର ତେଲ ପାଇପ ଓ ରାସ୍ତା ମଝରେ ଏକ ନାଳ ଥିବାରୁ ତେଲ ଚୋରି ପାଇଁ ଏହି ନାଳ ମଝିଦେଇ ଆଉଏକ ପାଇପ ସାହାଯ୍ୟରେ ତେଲ ପରିବହନ ହେଉଛି । ଆଉ ରାସ୍ତା କଡରେ ଗାଡିରେ ବୋଝେଇ ହୋଇଛି ଡ୍ରମ । ଏଥିରେ ଭର୍ତି କରି ଦୁର୍ବୃତ ବୋହି ନେଉଛନ୍ତି ହଜାର ହଜାର ଲିଟର ପେଟ୍ରୋଲ, ଡିଜେଲ ଓ କିରୋସିନ୍ । ତେବେ ବନ୍ଦରରେ ଜାହାଜ ଲାଗିବା ସମୟରେ ହିଁ ଏହି ଚୋରି ଦେଖିବାକୁ ମିଳେ । କାରଣ ଏହିଦିନ ଜାହାଜରୁ ତେଲ ଡିପୋକୁ ତେଲ ପରିବହନ ବେଳେ ପାଇପରେ ଅଧିକ ପ୍ରେସର ଥାଏ ଏବଂ ତେଲ ଚୋରି କରିବାକୁ ସୁବିଧା ହୁଏ ବୋଲି ଜଣା ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/05/Screen-shot-2016-05-23-at-9.04.24-AM.png)