ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା । ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା । ଅନୁକମ୍ପା ରାଶି ଘୋଷଣା କଲା ଇଣ୍ଡିଆନ ଅଏଲ ।

1,269

କନକ ବ୍ୟୁରୋ: ରାଜଭବନ ସାମ୍ନା ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା । ଅନୁକମ୍ପା ରାଶି ଘୋଷଣା କଲା ଆଇଓସିଏଲ । ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା । ଦୁର୍ଘଟଣାରେ ଗୁରୁତର ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲା ଇଣ୍ଡିଆନ ଅଏଲ ।

ତେବେ ଗତକାଲି ରାଜଭବନ ସାମ୍ନା ପେଟ୍ରୋଲ ପମ୍ପରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଭୟାନକ ବିସ୍ଫୋରଣରେ ଥରି ଉଠିଥିଲା ପୂରା ଭୁବନେଶ୍ୱର । ଦୁର୍ଘଟଣାସ୍ଥଳ ଠାରୁ ୫ କିମି ଯାଏଁ ବିସ୍ଫୋରଣର ପ୍ରଭାପ ପଡିଥିଲା । ତେବେ ବିସ୍ଫୋରଣରେ ଗୁରୁତର ଆହତ ଏବଂ ମୃତକଙ୍କ ପରିବାରକୁ ସହାୟତା ରାଶି ଦେଭାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅନୁକମ୍ପା ରାଶି ଘୋଷଣା କରିଛି ଆଇଓସିଏଲ ।