କରୋନା ପାଇଁ ସ୍ଥଗିତ ହେବ ଟୋକିଓ ଅଲିମ୍ପିକ୍ସ: ପୂର୍ବ ନିର୍ଦ୍ଧାରିତ ଜୁଲାଇ ୨୪ରେ ଆରମ୍ଭ ହେବନି କ୍ରୀଡା ମହାକୁମ୍ଭ; ୨୦୨୧କୁ ଘୁଂଚିପାରେ ଖେଳ

ଅଲିମ୍ପିକ୍ସ କମିଟିର ବରିଷ୍ଠ ସଦସ୍ୟ ଡିକ୍ ପାଉଣ୍ଡଙ୍କ ସୂଚନା

166

କନକ ବ୍ୟୁରୋ: କରୋନା ପାଇଁ ସ୍ଥଗିତ ହେବ ଟୋକିଓ ଅଲିମ୍ପିକ୍ସ । ଏନେଇ ସୂଚନା ଦେଇଛନ୍ତି ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ବରିଷ୍ଠ ସଦସ୍ୟ ଡିକ୍ ପାଉଣ୍ଡ । କାନାଡିଆନ ଡିକ୍ ପାଉଣ୍ଡ କହିଛନ୍ତି ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପୂର୍ବ ନିର୍ଦ୍ଧାରିତ ଜୁଲାଇ ୨୪ରେ ଆରମ୍ଭ ହେବ ନାହିଁ । କରୋନା ପାନଡେମିକ ପାଇଁ ଏହା ୨୦୨୧କୁ ଘୁଂଚାଇ ଦିଆଯାଇପାରେ ।

କରୋନା ସଂକ୍ରମଣ ଭିତରେ ନିର୍ଦ୍ଧାରିତ ସମୟରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଲେ ଏଥିରେ ଯୋଗ ଦେବ ନାହିଁ ବୋଲି କାନାଡା ପ୍ରଥମ ଦେଶ ଭାବେ ଘୋଷଣା କରିଛି । ତାପରେ ଅଷ୍ଟ୍ରେଲିଆ ମଧ୍ୟ ସମାନ ଘୋଷଣା କରିଛି । ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୪ରେ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିଥାନ୍ତା । କିନ୍ତୁ ବିଶ୍ୱ ବ୍ୟାପି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ତିନି ଲକ୍ଷ ଟପିବା ପରେ ଏହାକୁ ସ୍ଥଗିତ ରଖିବାକୁ ବିଭିନ୍ନ ଦେଶ ପକ୍ଷରୁ ଦାବି ହେଉଛି । କୋଭିଡ-୧୯ କେବଳ ଅଲିମ୍ପିକ୍ସ ନୁହେଁ ବିଶ୍ୱର ଅନେକ ଖେଳ ଓ ଟୁର୍ଣ୍ଣାମେଂଟର ସୂଚୀକୁ ପ୍ରଭାବିତ କରିବାର ଆଶଙ୍କା ଦେଖାଦେଇଛି ।