ସାଧାରଣତନ୍ତ୍ର ଦିବସରେ ଅତିଥି ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ : ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ମୋଦି

156

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ଜାନୁଆରୀ ୨୬ରେ ଅତିଥି ହେବା ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୨୭ ତାରିଖରେ ଫୋନରେ କଥା ହୋଇ ନିମନ୍ତ୍ରଣ କରିଥିଲେ ମୋଦି । ପ୍ରତିବଦଳରେ, ଆସନ୍ତାବର୍ଷ ବ୍ରିଟେନରେ ହେବାକୁ ଥିବା ଜି-ସେଭେନ୍ ଶିଖର ବୈଠକରେ ଭାରତ ଆମନ୍ତ୍ରଣ କରିଛି ବ୍ରିଟେନ୍ । ୧୯୯୩ ମସିହାରେ ଶେଷଥର ପାଇଁ ସାଧାରଣତନ୍ତ୍ର ଦିବସରେ ଭାରତର ଜାତୀୟ ଉତ୍ସବରେ ଅତିଥି ହୋଇଥିଲେ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ ମେଜର ।

ତେବେ ଜନସନଙ୍କୁ ଆମନ୍ତ୍ରଣ କରିବା ପଛରେ କଣ କୁଟନୀତି ଥାଇପାରେ, ସେନେଇ ସରକାର ନୀରବ ଥିବା ବେଳେ ବିଶେଷଜ୍ଞମାନେ କହୁଛନ୍ତି, ଭାରତ ଓ ବ୍ରିଟେନର ଏକ ଦୃଢ ବନ୍ଧୁତ୍ୱ, ଆମେରିକାକୁ ଆଖି ଆଗରେ ରଖି କରାଯାଉଛି । ସେମାନେ ମତ ଦେଉଛନ୍ତି, ଉଭୟ ଭାରତ ଓ ବ୍ରିଟେନ୍ ଟ୍ରମ୍ପଙ୍କ ସପକ୍ଷରେ ଖୋଲାଖୋଲି ମତ ପ୍ରକାଶ କରିଥିଲେ । ତେଣୁ ଆମେରିକାର ନୂଆ ରାଷ୍ଟ୍ରପତି ବାଇଡେନ୍ଙ୍କୁ ନେଇ ଉଭୟ ରାଷ୍ଟ୍ରର ସତର୍କତାର ସହ ନିଜ କାର୍ଡ ଖେଳିବେ ।