ମାଣ୍ଡିଆ ପାଇଁ କୋରାପୁଟକୁ ସାରା ବିଶ୍ୱରେ ମିଳିଲା ପରିଚୟ । ‘ମିଲେଟ୍ କ୍ୱିନ୍’ ରାଇମତି ଘିଉରିଆଙ୍କୁ ଆସିଲା ଚୀନରୁ ନିମନ୍ତ୍ରଣ ।

474

କନକ ବ୍ୟୁରୋ: ମାଣ୍ଡିଆ କୋରାପୁଟ ଜିଲ୍ଳାର ଆଉ ଏକ ପରିଚୟ । ଏଥିପାଇଁ କୋରାପୁଟ ଜିଲ୍ଳାର ମାଣ୍ଡିଆ ରାଣିଙ୍କୁ ଚୀନରୁ ଆସିଛି ନିମନ୍ତ୍ରଣ । ପ୍ରଥମେ ଜି ୨୦ ଶିଖର ସମ୍ମିଳନୀ ପରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସମ୍ମାନୀତ ହୋଇଛନ୍ତି କୋରାପୁଟ ଜିଲ୍ଳା କୁନ୍ଦ୍ରା ବ୍ଳକର ରାଇମତି ଘିଉରିଆ । ଦିଲ୍ଲୀରେ ଅନୁଷ୍ଠିିତ ହୋଇଥିବା ମହିଳା ଦିବସରେ, ବ୍ରିକ୍ସ ସମ୍ମୀଳନୀରେ ଦେଶ ବିଦେଶର ଅନେକ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀ ଯୋଗ ଦେଇଥିଲେ । ସେଠାକୁ ରାଇମତିଙ୍କୁ ନିମନ୍ତ୍ରଣ ହୋଇଥିଲା, ନିଜ ଅଞ୍ଚଳର ବାଟି ମାଣ୍ଡିଆ ସମ୍ପର୍କରେ ବିଶ୍ୱବାସୀଙ୍କୁ କହଥିଲେ । ରାଇମତିଙ୍କ କଥା ଶୁଣି ଉପସ୍ଥିତ ଥିବା ଚାଇନା ଦେଶର ମନ୍ତ୍ରୀ ଓ ଅଧିକାରୀ ଚାଇନା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

ରାଇମତି ମାଣ୍ଡିଆର ଏକ ଭିନ୍ନ କିସମ ବିହନ ବାହାର କରିଛନ୍ତି । ଯେଉଁ ବିହନ କମ୍ ପାଣି ଓ ବିନା ରାସାୟନିକ ସାରରେ ଭଲ ଅମଳ ହୋଇପାରୁଛି । ସେହି ମାଣ୍ଡିଆର ନାଁ ଦେଇଥିଲେ ବାଟି ମାଣ୍ଡିଆ । ସେହି ବାଟି ମାଣ୍ଡିଆ ଆଜି ଦେଶ ବିଦେଶରେ କୋରାପୁଟ ଜିଲ୍ଳାକୁ ଦେଇଛି ଭିନ୍ନ ପରିଚୟ । ସେଥି ପାଇଁ ତାଙ୍କୁ ମାଣ୍ଡିଆ ରାଣି ବା ମିଲେଟ କ୍ୱିନ୍ ବୋଲି କୁହାଯାଉଛି ।