ହାରିଗଲେ କରୋନା ଯୋଦ୍ଧା । ଅଦୃଶ୍ୟ ଭୂତାଣୁ ନେଲା ଜୀବନ । ନବଜାତକୁ ଜନ୍ମଦେବା ପରେ ଆଖି ବୁଜିଲେ ଅଙ୍ଗନୱାଡି ଦିଦି ଦିପ୍ତୀମୟୀ ଦେବୀ ।

277

କନକ ବ୍ୟୁରୋ : କରୋନାର କରୁଣ କାହାଣୀ । ସମସ୍ତଙ୍କୁ କରୋନାର ଭୟାବହତା ନେଇ ସଚେତନ କରୁ କରୁ ନିଜେ ହୋଇଗଲେ ସଂକ୍ରମିତ । ଅଦୃଶ୍ୟ ଭୂତାଣୁ ସହିତ କୋଭିଡ ଡାକ୍ତରଖାନାରେ ଖୁବ ଲଢେଇ କଲେ । ନିଜେ ଗର୍ଭବତୀ ଥିଲେ ବି କେବେ ନିଜ ସାମାଜିକ ଦାୟିତ୍ୱରୁ ପଛକୁ ହଟିନଥିଲେ କୁକୁଡାଖଣ୍ଡି ବ୍ଲକର ଅଙ୍ଗନୱାଡି ଦିଦି ଦିପ୍ତୀମୟୀ ଦେବୀ । ହେଲେ ଭଗବାନଙ୍କ ବୋଧ ହୁଏ କିଛି ଭିନ୍ନ ଇଛା ଥିଲା । ନବଜାତକୁ ଜନ୍ମଦେବା ପରେ ଆଖି ବୁଜିଛନ୍ତି କରୋନା ଯୋଦ୍ଧା ।

ହାରିଗଲେ କରୋନା ଯୋଦ୍ଧା । ଅଦୃଶ୍ୟ ଭୂତାଣୁ ନେଲା ଜୀବନ । କରୋନା କାଳରେ ଗୋଟିଏ ଜୀବନକୁ ସ୍ୱାଗତ କରି ଚାଲିଗଲା ଆଉ ଏକ ଜୀବନ । ଦୁନିଆର ଆଲୋକ ଦେଖିବା ବେଳକୁ ନବଜାତର ମାଆ ଆଖି ବୁଜିଛନ୍ତି । କରୋନା କାଳରେ ଏପରି ଏକ କଷ୍ଟଦାୟକ ଖବର ଆସିଛି ଗଂଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକରୁ । କରୋନା ଯୋଦ୍ଧା ଭାବେ କାମ କରୁଥିଲେ କୁକୁଡାଖଣ୍ଡି ବ୍ଲକ ପଦରପାଲି ଅଂଚଳର ଅଙ୍ଗନୱାଡି କର୍ମୀ ଦୀପ୍ତିମୟୀ ଦେବୀ । ଗର୍ଭବତୀ ଥିଲେ ମଧ୍ୟ କରୋନା ଯୁଦ୍ଧରୁ ମୁହଁ ଫେରାଇ ନଥିଲେ । ଅନ୍ୟକୁ ସଚେତନ କରୁକରୁ ନିଜେ ହୋଇଗଲେ ସଂକ୍ରମିତ । ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ନବଜାତକୁ ଜନ୍ମ ଦେବା ପରେ ଆଖି ବୁଜିଛନ୍ତି ଦୀପ୍ତିମୟୀ । ଏହି ଘଟଣା ପରେ ଦୀପ୍ତୀମୟୀଙ୍କ ପରିବାରରେ ଖେଳି ଯାଇଛି ଶୋକର ଲହରୀ ।

କୋଭିଡ ଗାଇଡଲାଇନ ଅନୁସାରେ ଏହି କରୋନା ଯୋଦ୍ଧାଙ୍କୁ ବ୍ରହ୍ମପୁରରେ ଅନ୍ତିମ ବିଦାୟ ଜଣାଇ ଜିଲ୍ଲା ପ୍୍ରଶାସନ କରାଇଛି ଶେଷ ସଂସ୍କାର । କରୋନା ଯୋଦ୍ଧା ଦିପ୍ତୀମୟୀଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସରୁ ପରିବାରକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ବିଡିଓ ସୂଚନା ଦେଇଛନ୍ତି ।