ଦିଲ୍ଲୀରେ ଆୟୋଜିତ ହେଲା ଇନଭେଷ୍ଟର୍ସ ମିଟ୍। ଓଡିଶାରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ।

101

କନକ ବ୍ୟୁରୋ: ଦିଲ୍ଲୀରେ ଓଡ଼ିଶା ଆୟୋଜନ କରିଛି ଇନଭେଷ୍ଟର୍ସ ମିଟ୍ । ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଳେଭକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଆୟୋଜନ କରାଯାଇଛି  । ୩୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଏବଂ ବିଭିନ୍ନ ଶିଳ୍ପସଂସ୍ଥାର ୫୦୦ରୁ ଅଧିକ ପ୍ରତିନିଧି ଏହି ଇଭେଷ୍ଟର୍ସ ମିଟ୍ରେ ଯୋଗଦେଇଛନ୍ତି । ରାଜ୍ୟରେ ପୁଞ୍ଜି ନିବେଶର ସୁଯୋଗ ନେଇ ଅବଗତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ଏଥିରେ ଯୋଗଦେଇଛନ୍ତି । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ବା ଫିକି ସହଯୋଗରେ ଇଭେଷ୍ଟର୍ସ ମିଟ୍ ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଅତିଥିମାନଙ୍କୁ ଅଭିବାଦନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭାରତରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି ହେଉଥିବା ରାଜ୍ୟ । ୧୫ ବର୍ଷ ଧରି ରାଜ୍ୟର ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ ରହିଛି । ପୂର୍ବ ଭାରତରେ ପ୍ରମୁଖ ଶିଳ୍ପ ହବ୍ ହେବାକୁ ଯାଉଛି ଓଡ଼ିଶା । ପ୍ରାକୃତିକ ସମ୍ପଦ ରାଜ୍ୟ ପାଇଁ ବଡ଼ ସୁଯୋଗ ସୃଷ୍ଟି କରୁଛି । ତେଣୁ ଓଡ଼ିଶାରେ ନିବେଶ ପାଇଁ ସେ ଆହ୍ୱାନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି, ବିକାଶ କ୍ଷେତ୍ରରେ ଦେଶରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ । ବର୍ଷ ପରେ ବର୍ଷ ଅଭିବୃଦ୍ଧି ହାର ବଢୁଛି ।