ସେୟାର ବଜାର ଉପରେ ବଡ଼ ବିପର୍ଯ୍ୟୟ । କ୍ରମାଗତ ୬ ଦିନ ଧରି ବଜାରରେ ମାନ୍ଦାବସ୍ଥା । ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟି ହରାଇଲେ ନିବେଶକ
କନକ ବ୍ୟୁରୋ : ସେୟାର ବଜାର ଉପରେ ପଡିଛି ବଡ଼ ବିପର୍ଯ୍ୟୟ । ୬ ଦିନରେ ୧୧ ଲକ୍ଷ ୩୧ ହଜାର କୋଟିର କ୍ଷତି ସହିଛନ୍ତି ନିବେଶକ । ବିଶ୍ୱ ବଜାରରେ ମାନ୍ଦାବସ୍ଥା ଯୋଗୁଁ ସେୟାର ମାର୍କେଟ ବି ଖସିବାରେ ଲାଗିଛି । କ୍ରମାଗତ ଷଷ୍ଠ ସେସନ ପାଇଁ ବିଏସଇ ସେନସେକ୍ସ ୧୧ଶହ ୧୫ ପଏଂଟ୍ ଖସିଛି । ଆଜି ଗୋଟିଏ ଦିନରେ ୨ ଦଶମିକ ୯୬ ପ୍ରତିଶତ ହ୍ରାସ ପାଇ ସେନସେକ୍ସ ୩୬ ହଜାର ୫୫୩ ପଏଂଟରେ ବନ୍ଦ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଏସଇରେ ସାମିଲ ଥିବା କମ୍ପାନୀ ଗୁଡିକର ବଜାର ପୁଂଜିକରଣ ଗତ ୬ଟି ସେସନରେ ବି କ୍ରମାଗତ ଖସିବାରେ ଲାଗିଛି । ଏହା ଏବେ ୧କୋଟି ୪୮ ଲକ୍ଷ ୭୬ ହଜାର ୨୧୭ରୁ ୧୧ ଲକ୍ଷ ୩୧ ହଜାର ୮୧୫କୁ ଖସିଆସିଛି । ସେପ୍ଟେମ୍ବର ୧୬ ତାରିଖରୁ ବିଏସଇ ବେଂଚମାର୍କ ଇଂଡେକ୍ସ ୨ ହଜାର ୭୪୯ ପଏଂଟ ଖସିଯାଇଛି । ବିଏସଇରେ ୨ ହଜାର ୨୫ କମ୍ପାନୀର ସେୟାର ଖସିଥିବା ବେଳେ ୬୨୫ ଟି କମ୍ପାନୀ ଲାଭ ଏବଂ ୧୬୨ଟି ଅପରିବର୍ତିତ ରହିଛି ।