ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ଗତ ଚାରି ବର୍ଷରେ ନିବେଶକଙ୍କ ପାଇଁ ‘ଅଚ୍ଛେ ଦିନ’ ଆସିଛି । ଏନଡିଏ ସରକାରଙ୍କ କାର୍ଯ୍ୟକାଳରେ ବିଏସସିର ସେନସେକ୍ସରେ ୪୧.୨୯ ପ୍ରତିଶତ ବୃଦ୍ଧି ହୋଇଛି । ଏହି ସମୟରେ ନିବେଶକଙ୍କୁ ୭୨ ଲକ୍ଷ କୋଟି ଟଙ୍କାର ରୋଜଗାର ହୋଇଛି । ମେ, ୨୦୧୪ରେ ବିଜେପି ନେତୃତ୍ୱାଧୀନ ସରକାର ଶାସନକୁ ଆସିବା ପରେ ସେନସେକ୍ସରେ ୧୦,୨୦୭.୯୯ ଅଙ୍କର ବୃଦ୍ଧିକୁ ରେକର୍ଡ କରାଯାଇସାରିଛି ।
ଜିଓୟଜିତ୍ ଫାଇନାନ୍ସିଆଲ ସର୍ଭିସେସର ମୁଖ୍ୟ ଆର୍ଥିକ ରଣନୀତିକାର ବିଜୟ କୁମାରଙ୍କ କହିବାନୁସାରେ, ମୋଦି ସରକାରଙ୍କ କାର୍ଯ୍ୟକାଳରେ ସେନସେକ୍ସରେ ମୋଟ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିର୍ଟନ ମିଳିଲା । ସେ ସରକାରଙ୍କ ସାମନାରେ ଆସିବାକୁ ଥିବା ଚ୍ୟାଲେଂଜକୁ ନେଇ ସତର୍କ କରାଇଲେ । ସରକାରଙ୍କ ସବୁଠାରୁ ବଡ ଚ୍ୟାଲେଂଜ ହେଲା ତୈଳ ଦରରେ ବୃଦ୍ଧି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/e780f58e274d1f2d23d12341ee602839.jpg)