କନକ ବ୍ୟୁରୋ: ହାଇଦ୍ରାବାଦରେ  ନିବେଶକଙ୍କ ସହ ମୁଖମନ୍ତ୍ରୀ ଆଲୋଚନା କରିଛନ୍ତି । ୩୭ରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ବିଶେଷକରି ମାଇକ୍ରୋସଫ୍ଟର ବରିଷ୍ଠ ଅଧିକାରୀ, ଭାରତ ବାୟୋଟେକ, ଆରୋରା କ୍ୟାପିଟାଲ, ତୋଷାଳି ସିମେଣ୍ଟ, ଆକ୍ସିସ ଏନର୍ଜି ଗ୍ରୁପ, ମହାସିମେଣ୍ଟ, ସ୍କାଲାର ଗ୍ରୁପ , ମଞ୍ଜିରା ଗ୍ରୁପ ଭଳି ୩୭ଟି ବଡ ବଡ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ ।

ହାଇଦ୍ରାବାଦର ଆଜି ୩ଟି ପର୍ଯ୍ୟାୟରେ ବୈଠକ ହୋଇଛି । ଏହି ପର୍ଯ୍ୟାୟରେ ଏକାଧିକ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ୫ଟାରୁ ସନ୍ଧ୍ୟା ୬.୧୫ ଯାଏଁ ଉଦ୍ୟୋଗପତି, ଫିକିର ରାଜ୍ୟ ପ୍ରତିନିଧିମଣ୍ଡଳଙ୍କ ସହ ଆଲୋଚନା କରିଛନ୍ତି । ଏହାପୂର୍ବରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଓ ଦୁବାଇରେ ନିବେଶକ ସମ୍ମିଳନୀ ହୋଇଛି । ଆଗକୁ ମେକ୍ ଇନ ଓଡିଶାର ତୃତୀୟ ସଂସ୍କରଣ ରହିଛି । ତେଣୁ ତା ଆଗରୁ ରାଜ୍ୟ ବାହାରକୁ ଯାଇ ନିବେଶକଙ୍କୁ ଓଡିଶାକୁ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି ।