ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପର, ଅନୁଗୁଳରେ ଏକା ସାଙ୍ଗରେ ଚାଲିଛି ଯାଞ୍ଚ । ଅଭୟକାନ୍ତଙ୍କ ଆର୍ଥିକ କାରବାର ନେଇ ଭିଜିଲାନ୍ସର ଖୋଳତାଡ

118

କନକ ବ୍ୟୁରୋ : ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ କେଳେଙ୍କାରୀ ଘଟଣାରେ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି । ଅଭୟକାନ୍ତଙ୍କ ସରକାରୀ ବାସଭବନରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ପକ୍ଷରୁ ଚଢାଉ କରାଯାଇଛି । ଅଭୟକାନ୍ତଙ୍କ ବନବିଭାଗ ଅଫିସରେରେ ମଧ୍ୟ ରେଡ଼ କରାଯାଇଛି । ସେହିପରି ସମ୍ବଲପୁରରେ ବିଭିନ୍ନ ବ୍ୟାଙ୍କ ଯାଇ ଭିଜିଲାନ୍ସର ଚାରି ଜଣିଆ ଟିମ ପଚରାଉଚରା କରୁଛି ।

ସମ୍ବଲପୁରରେ ସୋସିଆଲ ଫରେଷ୍ଟରେ ଜଏଂଟ ଡାଇରେକ୍ଟର ଥିଲେ ଅଭୟକାନ୍ତ । ସେ ସମୟରେ ତାଙ୍କର କୌଣସି ଆକାଉଂଟ ଥିବା ନେଇ ଯାଂଚ କରାଯାଇଛି । ଅନୁଗୁଳ ଡିଏଫଓ ଅଫିସରେ ଭିଜିଲାନ୍ସ ଟିମ ପହଚିଂ ବିଭିନ୍ନ କାଗଜପତ୍ର ସହ ବ୍ୟାଙ୍କ ଆକାଉଂଟ ଯାଂଚ କରୁଛି । ୧୯୯୩ରୁ ୧୯୯୪ ଯାଏ ଅନୁଗୁଳରେ ଡିଏଫଓ ଥିଲେ ଅଭୟକାନ୍ତ । ଅଭୟକାନ୍ତ ପାଠକ ଲିଙ୍କ ନେଇ ବ୍ରହ୍ମପୁରରେ ବି ଭିଜିଲାନ୍ସ ଏସଆଇଟି ରେଡ କରିଛି । ଜୟପ୍ରକାଶ ନଗରରେ ଥିବା ଓଏଫଡିସି ଅଫିସରେ ୩ ଜଣିଆ ଟିମ ରେଡ କରିଛନ୍ତି ।

୨୦୦୮ ମସିହାରୁ ୨୦୦୧୪ ଯାଏଁ ଅଭୟ ପାଠକ ବ୍ରହ୍ମପୁର ଓଏଫଡିସିରେ ସାଧାରଣ ପରିଚାଳକ ଦାୟିତ୍ୱରେ ଥିଲେ । ତଦନ୍ତ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ସୂଚନା ମିଳିଛି । ସେପଟେ ଭିଜିଲାନ୍ସ ସେଲ ଅଫିସରେ ହାଜର ହୋଇଛନ୍ତି ପାଠକଙ୍କ ଡ୍ରାଇଭର । ଡ୍ରାଇଭର ଜୁମାରାତଙ୍କୁ ଏସଆଇଟି ଟିମ ପଚରାଉଚରା କରୁଛି । ୫ଟି ବ୍ୟାଙ୍କର କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ସେପଟେ । ଆର୍ଥିକ କାରବାର ନେଇ ଏସଆଇଟି ଖୋଳତାଡ କରୁଛି । ଅଭୟକାନ୍ତ ପାଠକଙ୍କ ପୁତୁରାକୁ ବି ଭିଜିଲାନ୍ସରେ ହାଜର ପାଇଁ ସମନ କରାଯାଇଛି ।