କନକ ବ୍ୟୁରୋ: କରୋନା ପରଚେଜ କମିଟିରୁ ହେମନ୍ତ ଶର୍ମାଙ୍କୁ ବାଦ ଦେବା ସହ କରୋନା ମୁକାବିଲା ସଂପର୍କିତ ୯ ଜଣିଆ କମିଟିକୁ ଭାଙ୍ଗିଦେଇଛନ୍ତି । ସରକାରଙ୍କର ଏହି ପଦକ୍ଷେପକୁ ନେଇ ଏବେ ପ୍ରଶ୍ନ କରିଛନ୍ତି ବିରୋଧୀ । ବିଜେପି ସାଧାରଣ ସଂପାଦପ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,କୋଭିଡ କିଟ କେଳେଙ୍କାରୀ ଭ୍ରଷ୍ଟାଚାର ଚରମସୀମାକୁ ଟପିଯାଇଛି । ବିପତି ସମୟରେ ରାଜକୋଷ ଅର୍ଥକୁ ଯିଏ ଲୁଟ କରେ ସେ ମହାପାପର ଅଂଶୀଦାର ।
ଏହି ଘଟଣାର କେବେଳ ହେମନ୍ତ ଶର୍ମା ଦୋଷୀ ନା ଏହାର ଚେର କେତେବାଟ ଲମ୍ବିଛି ସେ ନେଇ ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ସେ ଦାବି କରିଛନ୍ତି । ସେହପିରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଖାଲି ହେମନ୍ତ ଶର୍ମାଙ୍କୁ ହଟେଇଲେ ହେବନି । କିଏ କିଏ ଦୁର୍ନୀତିରେ ସଂପୃକ୍ତ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରାଯାଉ । ସେପଟେ ଏନେଇ ଜବାବ ରଖିଛି ବିଜେଡି । ବରିଷ୍ଠ ବିଜେଡି ନେତା ପ୍ରଫ୍ୁଲ୍ଲ ଘଡେଇ କହିଛନ୍ତି, ନବୀନ ବାବୁ କୌଣସି ଦୁର୍ନତୀକୁ ପ୍ରଶୟ ଦିଅନ୍ତି ନାହିଁ । ଏଭଳି ସଂକଟ ସମୟରେ ରାଜନୀତି କରିବା ଠିକ ନୁହେଁ ।