ମହାପ୍ରଭୁଙ୍କ ନାର୍ଗାଜୁନ ବେଶର ଚନ୍ଦ୍ର ସୂର୍ଯ୍ୟ ଗାଏବ ହେବା ପ୍ରସଙ୍ଗ । ନୀତି ପ୍ରଶାସକର ତଦନ୍ତ ଜାରି । ବେଶ କାରିଗରଙ୍କୁ ଡାକି ବେଶର ଲିଖିତ ରେକର୍ଡ ରଖିଲା ପ୍ରଶାସନ

100

କନକ ବ୍ୟୁରୋ : ନାର୍ଗାଜୁନ ବେଶର ଚନ୍ଦ୍ର ସୂର୍ଯ୍ୟ ଗାଏବ ହେବା ପ୍ରସଙ୍ଗ । ନୀତି ପ୍ରଶାସକ ପକ୍ଷରୁ ତଦନ୍ତ ଜାରି ହୋଇଛି । ବେଶ କାରିଗରଙ୍କୁ ଡାକି ବେଶରେ କଣ ଲାଗିଥିଲା ରଖାଗଲା ରିପୋର୍ଟ । ଲିଖିତ ରିପୋର୍ଟ ଦାଖଲ କଲେ ବେଶ କାରିଗର ।

ନାଗାର୍ଜୁନ ବେଶ ବେଳେ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ ବେଶର ଓଲାଗି ହେବା ପରେ ସୂର୍ଯ୍ୟ ଚନ୍ଦ୍ର ଗାଏବ ହେବା ଘଟଣା ଚର୍ଚାକୁ ଆସିଥିଲା । ସଂପୂର୍ଣ୍ଣ ବେଶକୁ ଶ୍ରୀମନ୍ଦିର ଭିତରେ ଥିବା ନିଳାଦ୍ରୀ ମ୍ୟୁଜିଅମ୍ରେ ପ୍ରଶାସନର ହେପାଜତରେ ରଖାଯିବା ପରେ ଏହା କିପରି ଗାଏବ ହେଲା ଏହାକୁ ନେଇ ପ୍ରଶ୍ନ ଉଠିଥିଲା । ବର୍ତ୍ତମାନ ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।