୬ ବର୍ଷରେ ଦେଶରେ ଅକ୍ଷୟ ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ ହୋଇଛି ୬୪ ବିଲିୟନ ଡଲାର: ଆଗାମୀ ଦିନରେ ୫ ହଜାର ସିବିଜି ପ୍ଲାଂଟ ପ୍ରତିଷ୍ଠା କରିବାର ଲକ୍ଷ୍ୟ

ତୃତୀୟ ଅକ୍ଷୟ ଉର୍ଜା ନିବେଶ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

45

କନକ ବ୍ୟୁରୋ: ବିଗତ ୬ ବର୍ଷରେ ଦେଶରେ ଅକ୍ଷୟ ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ ହୋଇଛି ୬୪ ବିଲିୟନ ଡଲାର । ଆଗାମୀ ଦିନରେ ୫ ହଜାର ସିବିଜି ପ୍ଲାଂଟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରହିଛି । ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ଦିଲ୍ଲୀରେ ଭିଡିଓ କନ୍ଫରେନ୍ସ ଜରିଆରେ ହୋଇଥିବା ତୃତୀୟ ଅକ୍ଷୟ ଉର୍ଜା ନିବେଶ ସମ୍ମିଳନୀକୁ ସମ୍ବୋଧିତ କରି ଧର୍ମେନ୍ଦ୍ର ପ୍ରଧାନ, ପୁଞ୍ଜିନିବେଶକାରୀ, ଡେଭଲପର ଏବଂ ବ୍ୟବସାୟୀଙ୍କୁ ଭାରତର ଅକ୍ଷୟ ଉର୍ଜା ଯାତ୍ରରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ।

ସେ କହିଛନ୍ତି- ଭାରତର ଉର୍ଜା କ୍ଷେତ୍ର ସମେତ ଉର୍ଜା କ୍ଷେତ୍ରରେ ଦେଶର ଏକ ଉଦାରବାଦୀ ବୈଦେଶିକ ପୁଞ୍ଜିି ନିବେଶ ନୀତି ରହିଛି । ଏହି ନୀତି ଫଳରେ ବିଦେଶୀ ପୁଞ୍ଜିନିବେଶକାରୀମାନେ ନିଜ ନିବେଶ କରିପାରିବେ କିମ୍ବା ଭାରତୀୟ ସଂସ୍ଥା ସହ ଯୌଥ ଉଦ୍ୟୋଗ କରିପାରିବେ । ଉର୍ଜା ଅଧାରିତ ଶକ୍ତି ଉତ୍ପାଦନ ପ୍ରକଳ୍ପରେ ପୁଞ୍ଜିି ନିବେଶ କରିବା ସହ ବୈଷୟିକ ସହଯୋଗ ମଧ୍ୟ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମ୍ମଳନୀରେ ସୂଚନା ଦେଇଛନ୍ତି ।