ମାତ୍ର କିଛି ହଜାର ଟଙ୍କା ବିନିଯୋଗ କରି ହୋଇପାରିବେ କୋଟି କୋଟି ଟଙ୍କା ସମ୍ପତିର ମାଲିକ !

26

ସମସ୍ତଙ୍କର ସ୍ୱପ୍ନ ଥାଏ ବଡ ଲୋକ ହେବାର । ଏକ ଲୋକପ୍ରିୟ ଅଞ୍ଚଳରେ ଆଲିସାନ କମ୍ପେ୍ଲକ୍ସରେ ନିଜର ଗୋଟେ ଅଫିସ କିମ୍ବା ଦୋକାନ କରିବାର ସ୍ୱପ୍ନ କିଏ ବା ନଦେଖେ । ଯଦି କିଏ ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ କିଛି ହଜାର ଟଙ୍କାରେ ଏକ ଘର କିଣିବାର ପ୍ରସ୍ତାବ ଦିଏ ତେବେ କିଏ ବା ଏଭଳି ସୁଯୋଗକୁ ଏଙ୍ଗ଼ାଇ ଯିବ । ତେବେ ଆସନ୍ତୁ ଜାଣିବା କିଛି ହଜାର ଟଙ୍କା ବିନିମୟରେ କିପରି ଏକ ବଡ ପ୍ରପର୍ଟିର ମାଲିକ ହୋଇପାରିବେ ।

ପୁଣେର ଏକ ସ୍ଟାର୍ଟଅପ କମ୍ପାନୀ ରିଅଲଏକ୍ସ ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ଆଇଡିଆ ସାମ୍ନାକୁ ଆଣିଛି । ଏହି ନୂତନ ସ୍ଟାର୍ଟଅପ କମ୍ପାନୀର ଡିଜିଟାଲ ପ୍ଲାଟଫର୍ମ ଜରିଆରେ ମାତ୍ର କିଛି ହଜାର ଟଙ୍କା ବିନିଯୋଗ କରି ପ୍ରପର୍ଟିର ମାଲିକ ହୋଇପାରିବେ । ଏହାର ଫାଇଦା ହେଉଛି ଏବେ କର୍ମସିଆଲ ପ୍ରପର୍ଟିର ମୂଲ୍ୟ ଧୀରେ ଧୀରେ ବଢିବାରେ ଲାଗିଛି । ଏବଂ କିଛି ବର୍ଷ ମଧ୍ୟରେ ଯେତେବେଳେ ସେହି ସ୍ଥାନର ମୂଲ୍ୟ ବଢିଯିବ ସେତେବେଳେ ଆପଣ ଏହି କମ୍ପାନୀରେ ନିବେଶ କରିଥିବା ଟଙ୍କାରୁ ବଡ ଆକାରର ରିଟର୍ଣ୍ଣ ପାଇପାରିବେ । ଆପଣ ଚାହିଁଲେ ଆପଣଙ୍କ ବନ୍ଧୁ ମାନଙ୍କୁ ମଧ୍ୟ ନିଜର ବ୍ୟବସାୟରେ ସାମିଲ କରିପାରିବେ ।

ସୂଚନା ଅନୁଯାୟୀ, ରିଅଲଏକ୍ସ କମ୍ପାନୀ ଜୁଲାଇ ୩୧ ତାରିଖରେ ନିଜର ପ୍ରଥମ ଟ୍ରାଞ୍ଜାକ୍ସନ ପୁରା କରିଥିଲା । ଏବଂ ଏହା ପ୍ରତି ଲୋକ ମାନଙ୍କ ଉତ୍ସାହକୁ ଦେଖି ଚଳିତ ବର୍ଷ ୧୦୦ କୋଟି ଟଙ୍କାର ପ୍ରପର୍ଟି କିଣିବାର ଲକ୍ଷ୍ୟ ରହିଛି । ରିଅଲଏକ୍ସ କମ୍ପାନି ସହ ଯୋଡ଼ି ହୋଇଥିବା ଲୋକଙ୍କ କହିବା ଅନୁଯାୟୀ, ଗୋଟିଏ ପ୍ରପର୍ଟିର ସହ-ମାଲିକ ଯେକୌଣସି ସମୟରେ ବିନିଯୋଗ ଟଙ୍କା ଉଠାଇପାରିବେ । ତେବେ ପ୍ରପର୍ଟି ବିକ୍ରିି କରିବାକୁ ହେଲେ ପ୍ରଥମେ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ୫ ବର୍ଷ ପରେ ହିଁ ପ୍ରପର୍ଟି ବିକ୍ରି କରାଯାଇପାରିବ ।