ଜଣେ ବାଳକ ହାତରୁ ହୋଇଥିଲା ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଭାବନ : ଖେଳରେ ଖେଳରେ କରିଥିଲା ଆବିଷ୍କାର । ଜାଣନ୍ତୁ କେମିତି

181

ଦୂର ଜିନିଷ ଦେଖିବା ପାଇଁ ସାଧାରଣତଃ ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପର ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ଦୂରବୀକ୍ଷଣ ଯନ୍ତ୍ରର ଆବିଷ୍କାର ୧୭ ଦଶକର ଆରମ୍ଭରେ ଜଣେ ଶିଶୁ ଖେଳ ଖେଳରେ କରିଥିଲା । ହୋଲାଣ୍ଡର ମିଡିଲବର୍ଗ ସହରରେ ରହୁଥିବା ଏକ ଚଷମା ବ୍ୟବସାୟୀର ପୁଅ ଏହାର ଆବିଷ୍କାର କରିଥିଲେ । ସେହି ବ୍ୟବସାୟୀର ନାମ ହେନ୍ସ ଲିପର୍ଶୀ ଥିଲା । ତେବେ ଦୂରବୀକ୍ଷଣ ଯନ୍ତ୍ରର ଆବିଷ୍କାର ହେନ୍ସ ଲିପର୍ଶୀଙ୍କ ଚଗଲା ପୁଅ ଖେଳ ଖେଳରେ କରିଥିଲା ।

ସେହି ବାଳକ ଦିନସାରା ରଙ୍ଗ ବିରଙ୍ଗ କାଚ ସହିତ ଖେଳୁଥିଲା । ବାପାଙ୍କ ଦୋକାନରେ ବି ସେ କାଚ ଗୁଡିକୁ ପରସ୍ପର ସହ ମିଶାଇ ଏପାଖ ସେପାଖ ଦେଖିବାକୁ ଚେଷ୍ଟା କରୁଥିଲା । ଗୋଟିଏ ଦିନ ସେ ଖେଳୁ ଖେଳୁ ଡରିଯାଇଥିଲା, କାହିଁକିନା ସେ ଦେଖିଲା କି ଦୋକାନ ସାମନାରେ ଥିବା ଗୀର୍ଜା ଘର ମିନାର ପୁରା ପାଖକୁ ଆସି ଯାଇଛି । ସେ ଭାବିଲା କି ଏହା ଏକ ଯାଦୁ କାଚ । ସେ ଏହି ବିଷୟରେ ନିଜ ବାପାଙ୍କୁ ଜଣାଇଲା । ଏହି ଘଟଣା ଦେଖି ହେନ୍ସ ଲିପର୍ଶୀ ବି ଆଶ୍ଚର୍ଯ୍ୟ ହୋଇଗଲେ । ଲିପର୍ଶୀଙ୍କୁ ଏହା ବୁଝିବାକୁ ସମୟ ଲାଗିଲାନି ଯେ ତାଙ୍କ ପୁଅ ଏକ ଦୂରବୀକ୍ଷଣ ଯନ୍ତ୍ରର ଆବିଷ୍କାର କରିଛି ।