କନକ ବ୍ୟୁରୋ: ଗାଁ ଗାଁରେ ବୁଲା ବିକାଳିଙ୍କ ବେଶ ଚାହିଦା। ତେବେ ଏହି ବୁଲା ବିକାଳି କେଉଁଠୁ ଆସନ୍ତି, କେଉଁଠି ରୁହନ୍ତି, ତାହା ହୁଏତ ଆପଣ ଜାଣିବାକୁ ଚେଷ୍ଟା କରିନଥିବେ। ହେଲେ ଏବେ ଏହି ବୁଲା ବିକାଳିଙ୍କ ଉପରେ ଟିକନିକ ନଜର ରଖିବେ ରାଜ୍ୟ ସରକାର। ବାଂଲାଦେଶରେ ରାଜନୈତିକ ହିଂସା ଜାରି ରହିଥିବାରୁ ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ଉପରେ ଅଂକୁଶ ଲଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି।
- ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ
 - ବୁଲା ବିକାଳିଙ୍କ ଉପରେ ସରକାରଙ୍କ ନଜର
 
ବାଂଲାଦେଶରେ ରାଜନୈତିକ ସଂକଟ ଭିତରେ ଓଡ଼ିଶାରେ ସତର୍କ ହୋଇଛନ୍ତି ସରକାର। ବିଶେଷକରି ବିଭିନ୍ନ କାମ କରୁଥିବା ଶ୍ରମିକ ଓ ବୁଲା ବିକାଳିଙ୍କ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ରାଜ୍ୟ ସରକାର। ଆଉ ଏମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। କହିଛନ୍ତି, ଯେଉଁମାନଙ୍କ ପାଖରେ ପରିଚୟପତ୍ର ନଥିବ ସେମାନଙ୍କୁ ସ୍ୱଦେଶ ଫେରାଇ ଦିଆଯିବ। ଯେଉଁମାନେ ଶରଣାର୍ଥୀ ଭାବରେ ଆସିଛନ୍ତି, ସେମାନେ ନାଗରିକ ସଂଶୋଧନ ଆଇନ୍ ବା ସିଏଏର ଅନ୍ତର୍ଭୁକ୍ତ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେପଟେ ଜଳପଥ ଦେଇ ଆସୁଥିବା ବାଂଲାଦେଶୀଙ୍କ ଉପରେ ସରକାର ନଜର ରଖନ୍ତୁ ବୋଲି କହିଛି ବିଜେଡି।
କୋଣାର୍କ ସୂର୍ଯ୍ୟମନ୍ଦିରରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଚେକିଂ କଡ଼ାକଡ଼ା କରାଯାଇଛି। ବିଶେଷକରି ବାଂଲାଦେଶରୁ ଛଦ୍ମବେଶରେ ସମୁଦ୍ର ଦେଇ ଭାରତ ତଥା ଓଡିଶାରେ ଅନୁପ୍ରବେଶର ଆଶଙ୍କା ଦେଖାଦେଇଛି। ସେଥିପାଇଁ ମନ୍ଦିରର ବିଭିନ୍ନ ସ୍ଥାନରେ କୋଣାର୍କ ପୋଲିସ କଡା ପଇଁତରା ମାରିବା ସହିତ ମନ୍ଦିରର ମୁଖ୍ୟ ଫାଟକ ପ୍ରବେଶ ପଥ, ଟିକେଟ କାଉଣ୍ଟରରେ କଡା ନଜର ରଖିଛି।
ସେପଟେ ସମ୍ବଲପୁର ଅଇଁଠାପାଲିରେ କିଛି ବାଂଲାଦେଶୀ ଶ୍ରମିକଙ୍କୁ ପୁଲିସ ଜିମା ଦେଇଛି ବିଜେପି ଯୁବ ମୋର୍ଚ୍ଚା। ପାଖାପାଖି ୪୦ ଯୁବକଙ୍କୁ ଜିମା ଦେବା ପରେ ପୋଲିସ ଆଧାର କାର୍ଡ ଯାଞ୍ଚ ମଧ୍ୟ କରିଥିଲା। ତେବେ ସେମାନଙ୍କର ଆଧାର କାର୍ଡର ତଥ୍ୟ ଜାଲ୍ ଥିବା ପୋଲିସ ଜାଣିବାକୁ ପାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/08/Capture-21.jpg)