କନକ ବ୍ୟୁରୋ: ଟ୍ରେନିଂ ସମୟରେ ଏସ୍ଓଜି କ୍ୟାମ୍ପରେ ଗୁରୁବାର ଘଟିଥିବା ଅଘଟଣ ଘଟଣାର ହେବ ତଦନ୍ତ । ଲାଇଙ୍ଗ ଲୋଡ଼ିଂ ପୋଜିସନରେ ଥିଲା ବେଳେ, କେମିତି ବୀପରିତ ଦିଗରେ ଗୁଳି ଫୁଟିଲା ସେନେଇ ହେବ ତଦନ୍ତ ।

Advertisment

ସେପଟେ ସାମ୍ନାକୁ ଆସିଛି ଗୁଳି ମାରିଥିବା ହାବିଲଦାରଙ୍କ ଫଟୋ । ଯବାନଙ୍କ ବନ୍ଧୁକରୁ ଅସ୍ୱାଭାବିକ ଭାବେ ବାହାରି ଆସିଥିବା ଗୁଳିରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତିି କରାଯାଇଛି । ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକାସ୍ଥିତ ଏସ୍ଓଜି ଯବାନଙ୍କ କ୍ୟାମ୍ପରେ ଯବାନମାନଙ୍କୁ ଟ୍ରେନିଂ ଦିଆଯାଉଛି । ଏହି ଟ୍ରେନିଂ ସମୟରେ ଭୁଲ ବଶତଃ ଯବାନଙ୍କ ବନ୍ଧୁକରୁ ଗୁଳି ବାହାରି ଯାଇଛି ବୋଲି କୁହାଯାଉଛି । ତେବେ ଏହି ଭୁଲ୍ ଥିଲା କି ଜାଣିଶୁଣି ଗୁଳି ଚଳାଯାଇଥିଲା ତାହାର ତଦନ୍ତ ହେବ ବୋଲି ଜଣାପଡିଛି ।