ରହସ୍ୟଜନକ ଛୁରାମାଡ ଉପରୁ ହଟୁନି ପରଦା । କାହିଁକି ଝିଅ ବେଶରେ ଆସି ପଡୋଶୀଙ୍କୁ ଆକ୍ରମଣ କଲେ ଯୁବକ ?

136

କନକ ବ୍ୟୁରୋ : ଗତକାଲି ରାଜଧାନୀର ଶୈଳଶ୍ରୀ ବିହାର ଛୁରାମାଡ ଘଟଣା ଏବେବି ରହସ୍ୟ ଘେରରେ ରହିଛି । ଯୁବତୀ ଜଣକ ପୋଲିସ ଆଗରେ ଆଜି ବୟାନ ଦେଇଛନ୍ତି । ତେବେ ପୂରା ଘଟଣା ଉପରୁ ପରଦା ହଟିପାରୁନାହିଁ । ପୋଲିସ ସନ୍ଦେହ କରୁଛି, ଲୁଟ୍ ଉଦ୍ଦେଶ୍ୟରେ, ଯୁବକ ଜଣକ ଯୁବତୀ ବେଶରେ ପଡୋଶୀ ଘରେ ପ୍ରବେଶ କରିଥିଲେ । କିନ୍ତୁ ରୂପେଶଙ୍କ ପରିବାର ଲୋକେ କହିଛନ୍ତି, କିଛି ବାହାର ଲୋକ ଏଭଳି କରିବା ପାଇଁ ତାଙ୍କୁ ବାଧ୍ୟ କରିଥିଲେ ।

ରାଜଧାନୀର ଶୈଳଶ୍ରୀବିହାର ଅଂଚଳରେ ଯୁବତୀ ବେଶରେ ପଡୋଶୀଙ୍କ ଘରେ ପଶି ଯୁବକ କରିଥିବା ଉନ୍ମତକାଣ୍ଡ ଘଟଣାର ରହସ୍ୟ ବଢୁଛି । ପୁଲିସ ବି ନିଷ୍କର୍ସରେ ପଂହଚିପାରୁନି ପ୍ରକୃତରେ ସୋମବାର ଏଠାରେ ଏମିତି ଘଟଣା କେମିତି ଘଟିଲା ।  ଯେଉଁଭଳି ଭାବେ ରୁପେଶ ପଡିଶା ଘରେ ଯୁବତୀ ବେଶରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, କଣ ତାଙ୍କର ଉଦ୍ଦେଶ୍ୟ ଥିଲା, କାହିଁକି ସେ ଏମିତି କଲେ, ପୁଲିସକୁ ବିଶେଷ କିଛି ସୁରାକ ମିଳୁନାହିଁ । ତେବେ ରୂପେଶଙ୍କ ଭୂମିକା ସନ୍ଦେହଜନକ ବୋଲି ପୁଲିସ କହିଛି ।

ପୁଲିସର ସୂଚନା ଅନୁସାରେ, ଲୁଟ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଘଟଣା ଘଟିଥାଇପାରେ । ଅର୍ଥାତ ରୂପେଶ ପଣ୍ଡା ଲୁଟ କରିବା ପାଇଁ ଏଭଳି ଉଦ୍ୟମ କରିଥାଇପାରନ୍ତି । କିନ୍ତୁ ମାଆ ଓ ଝିଅ ଛୁରୀ ସାହାଯ୍ୟରେ ରୂପେଶକୁ ପ୍ରତିହତ କରିବାରୁ ଓଲଟା ରୂପେଶ ଆହତ ହୋଇ ତଳେ ପଡିଯାଇଥିଲେ । କିନ୍ତୁ ପରିବାର ଲୋକେ ଭିନ୍ନ କଥା କହୁଛନ୍ତି ।

ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।

-ବାହାର ଲୋକ ରୂପେଶଙ୍କୁ ଏଭଳି କରିବାକୁ କାହିଁକି ବାଧ୍ୟ କରିବେ ?

-ଯୁବତୀ ବେଶରେ ପଡିଶା ଘରକୁ କାହିଁକି ଗଲେ ରୂପେଶ ?

-ଭଲ ବେସରକାରୀ ଚାକିରୀରେ ଥାଇ ଲୁଟ କରିବାର କଣ ଆବଶ୍ୟକତା ଥାଇପାରେ ?

ଉଭୟ ପରିବାର କିଛି କଥା ଲୁଚାଇବାକୁ ଚେଷ୍ଟା କରୁଛନ୍ତି କି ?