କନକ ବ୍ୟୁରୋ: ନିଶାସକ୍ତ ପୁଅର ଉନ୍ମତ୍ତକାଣ୍ଡ । ଜନ୍ମ କଲା ମା’କୁ ତଣ୍ଟି ଚିପି ହତ୍ୟା କଲା ପୁଅ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡ଼ା ପଞ୍ଚାୟତର ତାଳପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଖବର । ମା’ ମାଛ ଦେଲାନି ବୋଲି ତଣ୍ଟି ଚିପି ମାଆକୁ ହତ୍ୟା କରିଛି ପୁଅ । ସିମୁଳିଆ ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ।

Advertisment

ଅଭିଯୋଗ ଅନୁସାରେ ତାଳପଦା ଗାଁର ଅରୁଣ ମହାନ୍ତି ସବୁଦିନ ନିଶାଗ୍ରସ୍ତ ହୋଇ ସ୍ତ୍ରୀ ଓ ପିଲା ଛୁଆଙ୍କୁ ମାରଧର କରନ୍ତି । ମଙ୍ଗଳବାର ରାତିରେ ଅରୁଣ ମଦ ପିଇ ଘରକୁ ଫେରି ମା’କୁ ଖାଇବାକୁ ମାଗିଥିଲା । ମା ଖାଇବାକୁ ଦେବା ପରେ ମାଛ କାହିଁକି ଦେଲୁନି କହି ମାରପିଟ କରବା ସହ ତଣ୍ଟି ଚିପି ଦେଇଥିଲା । ଏହା ଦେଖି ସ୍ତ୍ରୀ ଛଡାଇବାକୁ ଆସିବାରୁ ତାକୁ ମଧ୍ୟ ମାଡ଼ ମାରିଥିଲା ଅରୁଣ । ତଣ୍ଟି ଚିପିବା ପରେ ମା’ ବାସନ୍ତୀ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ବାସନ୍ତୀଙ୍କୁ ମେଡିକାଲକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବୋହୂ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ପୁଅ ଅରୁଣକୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।