ଜୀବକା ଯୋଗାଇଛି ବହୁମୁଖୀ ଚାଷ । ୭ ଏକର ଜମିରେ ପନିପରିବା ଚାଷ ଭଲ ରୋଜଗାର କରୁଛନ୍ତି । ରାୟଗଡ଼ା ଏରାଗୁଡା ଗାଁର ଶିକ୍ଷିତ ଯୁବକ

Advertisment
ଜୀବକା ଯୋଗାଇଛି ବହୁମୁଖୀ ଚାଷ । ୭ ଏକର ଜମିରେ ପନିପରିବା ଚାଷ ଭଲ ରୋଜଗାର କରୁଛନ୍ତି । ରାୟଗଡ଼ା ଏରାଗୁଡା ଗାଁର ଶିକ୍ଷିତ ଯୁବକ

କନକ ବ୍ୟୁରୋ : ଜୀବିକା ଯୋଗାଉଛି ବହୁମୁଖୀ ଚାଷ । ଉଚ୍ଚଶିକ୍ଷା ଶେଷ ପରେ ଚାଷ କାମକୁ ଆପଣାଇଛନ୍ତି ରାୟଗଡ଼ା ଏରାଗୁଡା ଗାଁର ଆଦିବାସୀ ଯୁବକ ଟଙ୍କଧର ଶବର । ନିଜର ୭ ଏକର ପରିମିତ ଜମିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି । ଏହା ସହ ମାଛ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି ଟଙ୍କଧର । ବୁନ୍ଦା ଜଳସେଚନ ଓ ଧାଡ଼ି ପ୍ରଣାଳୀରେ ବାଇଗଣ, ପୋଟଳ, ଭେଣ୍ଡି, କଂଚାଲଙ୍କା ଓ ସଜନା ଚାଷ କରି ସେ ଲାଭବାନ ହେଉଛନ୍ତି । ଏହି ଚାଷ ପାଇଁ ଏକର ପିଛା ୨୦ ହଜାରରୁ ୨୫ ହଜାର ଟଙ୍କା ବିନିଯୋଗ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

ଏହି କାମରେ ଟଙ୍କଧରଙ୍କୁ ତାଙ୍କର ପୁରା ପରିବାର ସହଯୋଗ କରୁଛନ୍ତି । ଉତ୍ପାଦିତ ହେଉଥିବା ପନିପରିବା ନିକଟସ୍ଥ ବଜାର ସହ ସ୍ଥାନୀୟ ଅଂଚଳର ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି ଟଙ୍କଧର । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ତାଙ୍କୁ ହେକ୍ଟର ପିଛା ୨୦ ହଜାର ଟଙ୍କାର ଅର୍ଥିକ ସହାୟତା, ପନିପରିବା ସାଇତି ରଖିବା ପାଇଁ ଏକ ପ୍ୟାକ୍ ହାଉସ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ବୁନ୍ଦା ଜଳସେଚନ ପାଇଁ ୯୦ ପ୍ରତିଶତ ସରକାରୀ ସହାୟତା ଯୋଗାଇଦିଆଯାଇଛି ।

ବର୍ତମାନ ସମୟର ଯୁବଗୋଷ୍ଠୀ ଚାକିରି ପଛରେ ପଡି ଚାଷ କାମରୁ ମୁହଁ ଫେରାଉଥିବା ବେଳେ ଯୁବ ଚାଷୀଙ୍କ ଏଭଳି ପ୍ରୟାସ ଅନ୍ୟ ଶିକ୍ଷିତ ଯୁବକଙ୍କ ପାଇଁ ଉଦାହରଣ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe