ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ । ଆକ୍ରମଣରେ ୧୫ ମୃତ ।

Advertisment

ପାକିସ୍ତାନର ଏୟାରଷ୍ଟ୍ରାଇକରେ ୧୫ ମୃତ । କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ତାଲିବାନ ।

Updated On

ପାକିସ୍ତାନର ଏୟାରଷ୍ଟ୍ରାଇକରେ ୧୫ ମୃତ । କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ତାଲିବାନ ।

ଅଦ୍ୟତନ ହୋଇଛି
 ATTACK 22

Photograph: (google)

କନକବ୍ୟୁରୋ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ । ମଙ୍ଗଳବାର ରାତି ଅଧିଆ ପଡୋଶୀ ଆଫଗାନିସ୍ତାନର କିଛି ତାଲିବାନ ଠିକଣା ଉପରେ ଆକ୍ରମଣ କରିଛି ପାକିସ୍ତାନ । ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି।  ପାକିସ୍ତାନର ଏହି ଆକ୍ରମଣରେ ତାଲିବାନର ଅନେକ ଆଡ୍ଡା ନଷ୍ଟ ହୋଇଛି ।

 
ସୀମାବର୍ତ୍ତୀ ଅଞ୍ଚଳ ପାକ୍ତିକା ପ୍ରାନ୍ତର ବରମଲ ଜିଲ୍ଲାରେ ଏହି ଏୟାରଷ୍ଟ୍ରାଇକ କରାଯାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଯୁଦ୍ଧବିମାନ ଏହି ଏୟାରଷ୍ଟ୍ରାଇକ କରିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ।  ଏହି ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି । ଏହି ଆକ୍ରମଣର ପ୍ରତି ଜବାବ ଦିଆଯିବ ବୋଲି ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe