କନକବ୍ୟୁରୋ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ । ମଙ୍ଗଳବାର ରାତି ଅଧିଆ ପଡୋଶୀ ଆଫଗାନିସ୍ତାନର କିଛି ତାଲିବାନ ଠିକଣା ଉପରେ ଆକ୍ରମଣ କରିଛି ପାକିସ୍ତାନ । ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି। ପାକିସ୍ତାନର ଏହି ଆକ୍ରମଣରେ ତାଲିବାନର ଅନେକ ଆଡ୍ଡା ନଷ୍ଟ ହୋଇଛି ।
ସୀମାବର୍ତ୍ତୀ ଅଞ୍ଚଳ ପାକ୍ତିକା ପ୍ରାନ୍ତର ବରମଲ ଜିଲ୍ଲାରେ ଏହି ଏୟାରଷ୍ଟ୍ରାଇକ କରାଯାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଯୁଦ୍ଧବିମାନ ଏହି ଏୟାରଷ୍ଟ୍ରାଇକ କରିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି । ଏହି ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି । ଏହି ଆକ୍ରମଣର ପ୍ରତି ଜବାବ ଦିଆଯିବ ବୋଲି ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/12/25/YwIGykFtDE8iacbLDSY0.jpg)