କନକ ବ୍ୟୁରୋ: ପୁଣି ବିବାଦରେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ବଣ କୁକୁଡା ମାଂସ ପାଇଁ ଏଥରକ ମୁଖ୍ୟମନ୍ତ୍ରୀ ନୂଆ ବିବାଦ ଆଡକୁ ଟାଣି ହୋଇଛନ୍ତି । ଯାହାକୁ ଟାର୍ଗେଟ କରି ବିଜେପି ଜବାବ ରହିଛି । ନିକଟରେ ସିମଲାରେ ଆୟୋଜିତ ଏକ ରାତ୍ରୀଭୋଜନରେ ଯୋଗ ଦେଇଥିଲେ ସୁଖୁ । ଗାଁର ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ନିମନ୍ତ୍ରଣରେ ମୁଖ୍ୟମନ୍ତ୍ରୀ ଓ ଆଉ କିଛି ନେତା ସେଠାରେ ପହଁଚିଥିଲେ ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ନିକ ପାଖରେ ବସିଥିବା ଅନ୍ୟ ଅତିଥିଙ୍କୁ ବଣ କୁକୁଡା ମାଂସ ପରଷିବାକୁ କହିଥିଲେ । ଭିଡିଓ ପୋଷ୍ଟ କରି ବିଜେପି କହିଛି ୱାଇଲ୍ଡ ଲାଇଫ ପ୍ରୋଟେକ୍ସନ ଆକ୍ଟ ଅନୁଯାୟୀ ବନ୍ୟ ପଶୁପକ୍ଷୀଙ୍କ ସୁରକ୍ଷା କରାଯାଏ । ଯାହାକୁ ଖୋଦ ମୁଖ୍ୟମନ୍ତ୍ରୀ ଭାଙ୍ଗିଛନ୍ତି । ତେବେ ଆଇନ ଅନୁସାରେ ବଣ କୁକଡା ମାରି ଖାଇବା ଅପରାଧ । ବିଲୁପ୍ତ ଜୀବଜନ୍ତୁ ଆଇନ ଭିତରେ ବଣୁଆ କୁକୁଡାଥିବାରୁ ତାଙ୍କୁ ହତ୍ୟା କରିବା ଅପରାଧ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/12/14/Gb0lqcNBB88PjjH4aptl.jpg)