କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକରେ ହୋଇଛି ଭତ୍ତା ଦୁର୍ନୀତି । ପୂର୍ବତନ ବିଏସଏସଓଙ୍କ ନାମରେ ଥାନାରେ ଏତଲା ଦେଲେ ବିଡିଓ । ବିଝାଂରପୁର ବ୍ଲକରେ ଭତ୍ତା ପ୍ରଦାନରେ ଅନିୟମିତା କରାଯାଇ ବୟସ ହୋଇନଥିବା ୯୯୦ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ପାଖାପାଖି ୯୦ ଲକ୍ଷ ଟଙ୍କାର ହେରଫେର ହୋଇଥିବା କୁହାଯାଉଛି । ଉପଜିଲ୍ଲପାଳଙ୍କ ନିର୍ଦ୍ଦେଶ ନଥିବା ବେଳେ ନିର୍ଦ୍ଦେଶକୁ ଟାମ୍ପରିଂ କରାଯାଇ ବୟସ ହୋଇନଥିବା ବ୍ୟକ୍ତିଙ୍କୁ ଭତ୍ତା ଦିଆଯାଇଛି । ଭତ୍ତା ବଣ୍ଟନରେ ଦୁର୍ନୀତି ଅଭିଯୋଗ ପରେ ବିଡିଓ ବ୍ଲକର ପୁର୍ବତନ ସୋସିଆଲ ସିକ୍ୟୁରିଟି ଅଫିସର ଧର୍ମେନ୍ଦ୍ର ସାହୁଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ କରାଯାଇଛି ଓ ଥାନାରେ ମାମଲା ରୁଜୁ ହୋଇଥିବା ବିଡିଓ ସୂଚନା ଦେଇଛନ୍ତି ।
ସାମ୍ନାକୁ ଆସିଲା ଭତ୍ତା ଦୁର୍ନୀତି , ୯୦ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ
ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକରେ ହୋଇଛି ଭତ୍ତା ଦୁର୍ନୀତି । ପୂର୍ବତନ ବିଏସଏସଓଙ୍କ ନାମରେ ଥାନାରେ ଏତଲା ଦେଲେ ବିଡିଓ । ବିଝାଂରପୁର ବ୍ଲକରେ ଭତ୍ତା ପ୍ରଦାନରେ ଅନିୟମିତା କରାଯାଇ ବୟସ ହୋଇନଥିବା ୯୯୦ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି ।
/kanak/media/media_files/2024/10/27/apu6dFeaW17Q6W1EY49u.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)