କନକ ବ୍ୟୁରୋ: ତୃତୀୟ ଲହର ଆରମ୍ଭ ହେବା ପରେ ଓଡ଼ିଶାରେ କୋଭିଡ଼ ହସ୍ପିଟାଲ ଗୁଡ଼ିକରେ ସ୍ଥିତି କେମିତି ଅଛି ଜାଣିବା ପାଇଁ ଆମେ ଚିକିତ୍ସାରତ ଡ଼ାକ୍ତରଙ୍କ ପ୍ରତିକ୍ରିୟା ନେଇଥିଲୁ । ଗତକିଛି ଦିନ ଭିତରେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିବା ଏବଂ ଓମିକ୍ରନ୍ ଭଳି ଏକ ନୂଆ ପ୍ରଜାତି ନେଇ କ’ଣ ପ୍ରଭାବ ରହିଛି ସେ ବିଷୟରେ ଏହି ଡ଼କ୍ତର ମାନେ ପ୍ରତିକ୍ରିୟା ରଖିଛନ୍ତି ।

Advertisment

କିମ୍ସ କୋଭିଡ଼ ହସ୍ପିଟାଲର ଡ଼ାକ୍ତର ହରିସ ଚୌଧୁରୀ, ସମ୍ କୋଭିଡ଼ ହସ୍ପିଟାଲର ଡାକ୍ତର ପ୍ରଦିପ ପାତ୍ର ଏବଂ ଅଶ୍ୱିନୀ କୋଭିଡ଼ ହସ୍ପିଟାଲର ଡ଼ାକ୍ତର ସମ୍ପଦ ଦାସ ଏସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ରଖିଛନ୍ତି । ସେମାନଙ୍କ କହିବା ଅନୁସାରେ ଗତ ୩/୪ ଦିନ ଭିତରେ ହସ୍ପିଟାଲ ଆସୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୧୫ରୁ ୨୦ ପ୍ରତିଶତ ଏହି ସଂଖ୍ୟା ବୃଦ୍ଧି ପାଇଛି । ସେମାନଙ୍କ ମତରେ ଅନେକ ଆକ୍ରାନ୍ତ ଭୟରେ ହସ୍ପିଟାଲ ଚାଲିଆସୁଛନ୍ତି । କିନ୍ତୁ ସେମାନଙ୍କ ଠାରେ ସେଭଳି ଗୁରୁତର ଲକ୍ଷଣ ନାହିଁ । ଅଧିକାଂଶ ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି ।