ବଲିଉଡରେ ଡ୍ରଗ୍ସ କାରବାର ନେଇ ବରିଷ୍ଠ ଅଭିନେତା ରାଜା ମୁରାଦଙ୍କ ପ୍ରତିକ୍ରିୟା: କହିଲେ, ବଲିଉଡରେ ଡ୍ରଗ୍ସ କାରବାର ଅଛି, କିଛି ଲୋକ ଡ୍ରଗ୍ସ ନେଉଛନ୍ତି

ହେଲେ ପୁରା ବଲିଉଡକୁ ଦିଆଯାଇ ପାରିବ ନାହିଁ ଦୋଷ

90

କନକ ବ୍ୟୁରୋ: ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏନେଇ ମତ ରଖିଛନ୍ତି ବରିଷ୍ଠ ବଲିଉଡ୍ ଅଭିନେତା ରାଜା ମୁରାଦ  । ବଲିଉଡରେ ଡ୍ରଗ୍ସ କାରବାର ଅଛି, କିଛି ଲୋକ ଡ୍ରଗ୍ସ ନେଉଛନ୍ତି, ହେଲେ ସବୁ ନୁହଁନ୍ତି ଓ ଏଥିପାଇଁ ପୁରା ବଲିଉଡକୁ ଦୋଷ ଦିଆଯାଇ ପାରିବ ନାହିଁ  । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ରାଜା ମୁରାଦ ଓଡ଼ିଶା ଆସିଥିବା ବେଳେ ଏହି ପ୍ରତିକ୍ରିୟା ରଖିଛନ୍ତି ।  ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି ସତ୍ୟଜିତ ସେଣ  । ସାକ୍ଷାତକାର ଅବସରରେ ରାଜା ମୁରାଜ ନିଜ ପରିଚିତ ଓ ଲୋକପ୍ରିୟ ଶୈଳୀରେ ସାଏରୀର କିଛି ପଂକ୍ତି ମଧ୍ୟ ଶୁଣାଇଥିଲେ  ।