କନକ ବ୍ୟୁରୋ : ବ୍ରହ୍ମପୁର ପୁଲିସକୁ ମିଳିଲା ସଫଳତା । ଗତ କିଛି ଦିନ ହେଲା ପୋଲିସର ନିଦ ହଜାଇ ଦେଇଥିବା ଦୁଇ ଆନ୍ତରାଜ୍ୟ ଗହଣା ଚୋରକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଏହି ଚୋର ଛତିଶଗଡରୁ ଆସି ବ୍ରହ୍ମପୁରରେ ଚଲାଉଥିଲେ ଆତଙ୍କ ।
ତେବେ ସେମାନଙ୍କ ନିକଟରୁ ନଗଦ ୧୨ ଲକ୍ଷ ଟଙ୍କା ସହ କିଛି ଗହଣା ଓ ଏକ ଦାମି କାର ଜବତ କରିଛି ପୋଳିସ । ଏନେଇ ସାମ୍ବଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସପି ପିନାକ ମିଶ୍ର । ଗତ ଅକ୍ଟୋବର ମାସରେ ବ୍ରହ୍ମୁପର ବଡବଜାର ବିନୋଦ ସୁନା ଅଳଙ୍କାର ଦୋକାନରୁ ଚୋରି ଲୁଟ୍ ହୋଇଥିଲା ।
ପୁଣି ଅକ୍ଟୋବର ମାସରେ କେଶବ ଅଳଙ୍କାର ଦୋକାନରୁ ଲୁଟ୍ ହୋଇଥିଲା । ଅଭିଯୋଗ ପରେ ଏହି ଘଟଣାରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଛତିଶଗଡରେ ପହଂଚି ସ୍ଥାନୀୟ ପୋଲିସ ସହାୟତାରେ ଦୁଇ ଲୁଟେରାଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/vlcsnap-2020-12-27-16h30m34s351.png)