ବ୍ୟାଙ୍କ୍ ଜାଲିଆତି ଅଭିଯୁକ୍ତ ତଥା ପଳାତକ ନିରବ୍ ମୋଦିର ଭାଇ ନେହାଲ୍ ମୋଦି ବିରୋଧରେ ଇଣ୍ଟରପୋଲର ରେଡ୍ କର୍ଣ୍ଣରରେ ନୋଟିସ୍ ଜାରି କରାଯାଇଛି । ସୂତ୍ର ଅନୁସାରେ , ନେହାଲ୍ ଦିପକ୍ ମୋଦିକୁ ଖୋଜିବା ଏବଂ ଗିରଫ କରିବା ପାଇଁ ସାରା ଦୁନିଆରୁ ଆଇନ୍ ପ୍ରବର୍ତ୍ତନ ଏଜେନ୍ସୀଙ୍କ ପାଖକୁ ଅନୁରୋଧ ଆସିଛି । ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ରୁ ୨ ଅରବ୍ ଆମେରିକା ଡଲାର୍ ନେଇ ପଳାୟନ କରିଥିବା ଅଭିଯୁକ୍ତ ନିରବ୍ ମୋଦି ଏବେ ଲଣ୍ଡନ ଜେଲ୍ ରେ କଏଦ୍ ଅଛି ।
ତେବେ ପିଏନବି ଘୋଟାଲାରେ ବିଦେଶ ପଳାୟନ କରିଥିବା ତାଲିକାରେ ବ୍ୟବସାୟ ନିରବ୍ ମୋଦିଙ୍କ ଛଡା ତାଙ୍କ ଭାଇ ନେହାଲ୍ ଏବଂ ଗୀତାଞ୍ଜଳୀ ଗ୍ରୁପ୍ ପ୍ରମୋଟର ମେହୁଲ୍ ଚୌକସି ମଧ୍ୟ ସାମିଲ୍ ରହିଛନ୍ତି । ଗତବର୍ଷ ଜାନୁଆରୀରେ ମେହୁଲ୍ ଚୌକସି ଫେରାର୍ ହୋଇଥିବାବେଳେ କିଛି ସପ୍ତାହ ତଳେ ନେହାଲ୍ ମୋଦି ମଧ୍ୟ ବିଦେଶକୁ ପଳାୟନ କରିଛି । ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁତାବକ , ନେହାଲ୍ ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କ ପଳାତକ ଭାଇଙ୍କୁ ମନି ଲଣ୍ଡ୍ରିଙ୍ଗ୍ ଏବଂ ପ୍ରମାଣ ନଷ୍ଟ କରିବାରେ ସାହାଯ୍ୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/ss.png)
/kanak/media/post_attachments/wp-content/uploads/2019/09/i1QwTOdnvpWlxi30Yhm8MtnqVfKHAEJMegaTDWGw-300x178.png)