ଦାଉଦକୁ ଭାରତକୁ ହସ୍ତାନ୍ତର କରାଯିବ କି? ଗଣମାଧ୍ୟମରେ ପ୍ରଶ୍ନରେ ଚୁପ ରହିଲେ ପାକିସ୍ତାନୀ ଅଧିକାରୀ ।

ଦାଉଦକୁ ଭାରତକୁ ହସ୍ତାନ୍ତର କରାଯିବ କି? ଗଣମାଧ୍ୟମରେ ପ୍ରଶ୍ନରେ ଚୁପ ରହିଲେ ପାକିସ୍ତାନୀ ଅଧିକାରୀ ।

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଇଣ୍ଟରପୋଲର ୯୦ତମ ମହାସଭା ଆୟୋଜିତ ହେଉଛି । ଏଥିରେ ବିଶ୍ୱର ୧୯୫ ଦେଶର ପ୍ରତିନିଧି ଉପସ୍ଥିତ ରହିଛନ୍ତି । ପାକିସ୍ତାନ ମଧ୍ୟ ଏଥିରେ ସାମିଲ ରହିଛି । ପ୍ରତିନିଧି ମଣ୍ଡଳରେ ସାମିଲ ଜଣେ ଅଧିକାରୀଙ୍କୁ ଗଣମାଧ୍ୟମ ପକ୍ଷରୁ ଦାଉଦ ଇବ୍ରାହିମ ନେଇ ପ୍ରଶ୍ନ କରାଯାଇଥିଲା । ତେବେ ସେ ଏହାର କୌଣସି ଉତ୍ତର ରଖିନଥିଲେ ।

ଜଣେ ସାମ୍ବାଦିକ ଦାଉଦ ପାକିସ୍ତାନରେ ଥିବା ନେଇ ପ୍ରଶ୍ନ କରିଥିଲେ । ତେବେ କଣ ପାକିସ୍ତାନ ଦାଉଦକୁ ଭାରତକୁ ହସ୍ତାନ୍ତର କରିବ ବୋଲି ସେ ପଚାରିଥିଲେ । ପାକିସ୍ତାନ ପ୍ରତିନିଧି ମଣ୍ଡଳର ସଦଶ୍ୟ ମୋହସିନ ଏହାର କୌଣସି ଉତ୍ତର ଦେଇନଥିଲେ । ସେ ଚୁପ ରହି ସେଠାରୁ ଚାଲିଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe