ଅନେକ ଥର ଏମିତି ହୋଇଥାଏ ଆପଣ ଇଣ୍ଟର୍ନେଟ୍ ଅନ୍ କରି ଫୋନ୍ରେ କିଛି ଜରୁରୀ କାମ କରୁଥିବେ, ଏତିକି ବେଳେ କାହାର ଫୋନ୍ କଲ୍ ଆସିଯାଏ। କଲ୍ ଆସିଲେ ଡାଉନ୍ଲୋଡ୍ କରୁଥା’ନ୍ତୁ ବା ଅନ୍ୟ କୌଣସି କାମ, ତାହା ବନ୍ଦ ହୋଇ ଯାଇଥାଏ। ଜରୁରୀ କାମ କରୁଥିବା ସମୟରେ ଯେମିତି କେହି ଆପଣଙ୍କୁ ଡିଷ୍ଟର୍ବ୍ କରି ପାରିବେ ନାହିଁ, ସେଥିପାଇଁ ଆପଣଙ୍କୁ ଏକ ସିକ୍ରେଟ୍ କୋଡ୍ ଡାଏଲ୍ କରନ୍ତୁ, ଫୋନ୍ ଆସିବା ବନ୍ଦ ହୋଇଯିବ, କିନ୍ତୁ ଇଣ୍ଟର୍ନେଟ୍ ଚାଲୁ ରହିବ।
ଟ୍ରିକ୍ କେମିତି କାମ କରିବ?
ଏହି ଟ୍ରିକ୍ ବା କୌଶଳ ୟୁଏସ୍ଏସ୍ଡି (USSD – Unstructured Supplementary Service Data) ସହିତ ସଂଯୁକ୍ତ। ଏହି କୋଡ୍ ପାଇଁ ଆପଣଙ୍କୁ (ଞ୍ଚ) ଓ (୰)ବ୍ୟବହାର କରିବା ପାଇଁ ପଡ଼ିଥାଏ।
ଏମିତି କରନ୍ତୁ ଟ୍ରିକ୍ର ବ୍ୟବହାର
**21*9861xxxxx1#
**21*ଲେଖିଲା ପରେ ବନ୍ଦ ହୋଇଥିବା ଏକ ମୋବାଇଲ୍ ନମ୍ବର ଦିଅନ୍ତୁ ଓ ଶେଷରେ # ଟାଇପ୍ କରି କଲ୍ କରନ୍ତୁ। ଫଳରେ ଆସୁଥିବା କଲ୍ ବନ୍ଦ ହୋଇଥିବା ନମ୍ବରକୁ ଡାଇଭର୍ଟ୍ ହୋଇଯିବ।
ଫୋନ୍ କରୁଥିବା ବ୍ୟକ୍ତି ଭାବିବ କି, ଆପଣଙ୍କ ଫୋନ୍ ସ୍ୱିଚ୍ ଅଫ୍ ଅଛି।
##002#
ଇଣ୍ଟର୍ନେଟ୍ରେ ନିଜର ସମ୍ପୂର୍ଣ୍ଣ କାର୍ୟ୍ୟ ସାରିଲା ପରେ ଆପଣ ପୁଣି ମୋବାଇଲ୍କୁ ନର୍ମାଲ୍ କରି ପାରିବେ। ଏଥିପାଇଁ ##002# ଲେଖି ଡାଏଲ୍ କଲେ ଆପଣଙ୍କ କଲ ଡାଇଭଟ୍ର୍ ଅପ୍ସନ୍ ବନ୍ଦ ହୋଇଯିବ।
କଲ୍ ଡାଇଭର୍ଟ୍ ବନ୍ଦ ହୋଇ ପୁଣି ଲୋକେ କଲ୍ କରିପାରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Boothworld_01a-1050x630.jpg)
/kanak/media/post_attachments/wp-content/uploads/2018/09/ftkgyr7eihjdk-300x200.jpg)
/kanak/media/post_attachments/wp-content/uploads/2018/09/aid174515-v4-728px-Ask-Telemarketers-to-Stop-Calling-Step-8-Version-4-300x225.jpg)