କନକ ବ୍ୟୁରୋ: ସମ୍ବଲପୁରରେ ଆଉ ୨ ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ୧୭ ତାରିଖ ସକାଳ ୧୦ଟା ଯାଏଁ ଏହି ସେବା ବନ୍ଦ ରଖିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ଗୃହ ବିଭାଗ । ଏହା ପୂର୍ବରୁ ପୁରା ଅଞ୍ଚଳରେ ଅନିର୍ଦ୍ଦଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ରହିଛି । ତେବେ ସ୍ଥିତିରେ ସୁଧାର ନହେବା ଯାଏଁ ଲାଗୁ ହୋଇଥିବା କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛନ୍ତି ।
କହିରଖୁଁ, ଏ ହନୁମାନ ଜୟନ୍ତୀକୁ ନେଇ ଗତ ୧୨ ତାରିଖ ସନ୍ଧ୍ୟା ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ସମ୍ବଲପୁର ସହରରେ ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୁଲିସ ଛାଉଣୀ ହୋଇଥିଲା । ହିଂସାରେ ଜଣଙ୍କର ମୃତ୍ୟୁ ସାଙ୍ଗକୁ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ହେବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଇଣ୍ଟରନେଟ୍ ସେବାକୁ ମଧ୍ୟ ୪୮ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା । ହେଲେ ଏଯାଏଁ ସ୍ଥିତି ସମ୍ପୂୁର୍ଣ୍ଣ ସିଥିଳ ହୋଇନଥିବାରୁ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ଆଉ ୨ ଦିନ ବଢାଯାଇଛି ।
Follow Us