କନକ ବ୍ୟୁରୋ : ବାଲେଶ୍ୱରରେ ୪ ଘଂଟା କର୍ଫ୍ୟୁ କୋହଳ ପରେ ଦିନ ୧୧ଟାରୁ ପୁଣି କଡ଼ାକଡ଼ି ହେଲା କଟକଣା । ଇଣ୍ଟରନେଟ ସେବାକୁ ମଧ୍ୟ ଆହୁରି ୪୮ ଘଂଟା ଯାଏ ବନ୍ଦ ରଖିବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

Advertisment

ଇଣ୍ଟରନେଟ ସେବା ବନ୍ଦ ପାଇଁ ଆବେଦନ କରିଥିଲେ ଜିଲ୍ଲା ମାଜିଷ୍ଟ୍ରେଟ । ୨୨ ତାରିଖ ଦିନ ୧୦ଟା ଯାଏ ହ୍ୱାଟ୍ସଆପ, ଫେସବୁକ୍ ଆପ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଦୁଇ ଦିନ ହେବ ବାଲେଶ୍ୱରରେ କର୍ଫ୍ୟୁ ଜାରି କରାଯାଇଛି । ଏହି ଘଟଣାରେ ୩୪ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ବାଲେଶ୍ୱରକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରାଯାଇଛି । କର୍ଫ୍ୟୁ ସମୟରେ ଘରୁ ନବାହାରି ପୋଲିସକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି । ଆଜି କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କଟକଣା ହଟାଯାଇଥିଲା । ଯେଉଁ ସମୟରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।