କନକ ବ୍ୟୁରୋ: ସୋସିଆଲ ମିଡିଆର ସେନ୍ସେସନ୍ କୁହାଯାଉଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜାନଜାନିଆର ବାସିନ୍ଦା । ବଲିଉଡ ଗୀତରେ ଏହାଙ୍କ ଡାନ୍ସ ଲକ୍ଷ ଲକ୍ଷ ୟୁଜର୍ସଙ୍କ ମନ ମୋହିନେଇଛି । କେବଳ ସାଧାରଣ ଜନତାନୁହଁନ୍ତି ବଲିଉଡ ଷ୍ଟାର ମଧ୍ୟ ତାଙ୍କର ଡାନ୍ସର ଦିୱାନା ହୋଇଯାଇଛନ୍ତି । ବଲିଉଡ ଗୀତରେ ତାଙ୍କର ଲିପ୍ –ସିଙ୍କଙ୍ଗ୍ ଓ ଡାନ୍ସ ଏତେ ଲୋକପ୍ରିୟ ହେଇଯାଇଛି ଯେ, ଏହାକୁ ବାହାବା କରିଛନ୍ତି ସେଠାରେ ଅବସ୍ଥିତ ଭାରତୀୟ କୂଟନୀତିଜ୍ଞ ବିନୟ ପ୍ରଧାନ । ତାଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ସମ୍ମାନୀତ କରାଯାଇଛି ।

Advertisment

ତାନଜାନିଆର ଏହି ବ୍ୟକ୍ତି ଜଣକ ହେଉଛନ୍ତି କିଲି ପଲ୍ । ଇନଷ୍ଟାଗ୍ରାମରେ ଏଯାଏଁ ତାଙ୍କର ୨୩ ଲକ୍ଷରୁ ଅଧିକ ସବସ୍କ୍ରାଇବର ହେଲେଣି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭାରତୀୟ । କିଲି କେବଳ ହିନ୍ଦି ନୁହେଁ ଭାରତର ବିଭିନ୍ନ ପ୍ରାନ୍ତିୟ ଭାଷା ଯେପରି ପଂଜାବୀଓ ଅନ୍ୟ ଭାରତୀୟ ଗୀତ ଉପରେ ଲିପ୍ ସିଙ୍କିଙ୍ଗ ଓ ନୃତ୍ୟ କରି ସାରିଲେଣି । ଏପରି କରି ସେ ସବୁବେଳେ ଇନଷ୍ଟାରେ ପୋଷ୍ଟ କରନ୍ତି । ସବୁଠାରୁ ମଜାଦାର କଥା ହେଉଛି ସେ ଖାଲି ଭାରତୀୟ ଗୀତ ସହ ନୁହେଁ ବରଂ ଭାରତୀୟ ସିନେମା ସହ ଭଲ ଭାବେ ଜଡିତ । ଏ ବାବଦରେ ତାଙ୍କର ବିସ୍ତୃତ ଧାରଣା ମଧ୍ୟ ରହିଛି । ନିକଟରେ ଧୁମ ମଚେଇଥିବା ପୁଷ୍ପା ଫିଲ୍ମର ଗୀତରେ ଡାନ୍ସ କରି ସମସ୍ତଙ୍କ ମନ ଜିତିନେଇଛନ୍ତି ।

ତାଞ୍ଜାନିଆର ଏହି ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ତାଞ୍ଜାନିଆର ଭାରତୀୟ ହାଇକମିଶନର ନମିନ୍ତ୍ରଣ କରି ସମ୍ମାନିତ କରିଛନ୍ତି। ତାଞ୍ଜାନିଆ ସ୍ଥିତ ହାଇ କମିଶନ ଅଫ୍ ଇଣ୍ଡିଆର ଜଣେ କୂଟନୀତିଜ୍ଞ ବିନୟା ପ୍ରଧାନ ଏହାର ଫଟୋ ଫଟୋ ସେୟାର କରିଛନ୍ତି । ବିନୟ ପ୍ରଧାନ ଲେଖିଛନ୍ତି ଯେ , ଆଜି ତାଞ୍ଜାନିଆରେ ଭାରତର ଉଚ୍ଚାୟୋଗଙ୍କ କାର୍ୟ୍ୟାଳୟକୁ ଜଣେ ସ୍ୱତନ୍ତ୍ର ଅତିଥି ଆସିଛନ୍ତି। ତାଞ୍ଜାନିଆର ପ୍ରସିଦ୍ଧ କଳାକାର କିଲି ପଲ୍ ତାଙ୍କର ଅନେକ ଭିଡିଓରେ ବଲିଉଡର ଅନେକ ଗୀତକୁ ଲିପ୍ ସିଙ୍କ୍ କରି ଭାରତର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି ।ଏହାପରେ ପଲ୍ ଇନଷ୍ଟାଗ୍ରାମରେ ଭାରତୀୟ ଉଚ୍ଚାୟୋଗଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, "ଭାରତର ଉଚ୍ଚାୟୁକ୍ତ, ଆପଣଙ୍କୁ ବହୁତ ଧନ୍ୟବାଦ । "ତାଞ୍ଜାନିଆରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ସମ୍ମାନିତ ହୋଇ ମୁଁ ବହୁତ ଖୁସି । ମୁଁ ମୋର ସମସ୍ତ ଭାରତୀୟ ସମର୍ଥକଙ୍କୁ ଧନ୍ୟବାଦ ଜଣାଉଛି ଯାହାର ସମର୍ଥନ ବିନା ମୁଁ ଏସବୁ କରିପାରିନଥାନ୍ତି । ମୁଁ ଭାରତୀୟଙ୍କୁ ଭଲ ପାଏ ।

ଇନଷ୍ଟାଗ୍ରାମରେ ତାରକା ହୋଇଥିବା କିିଲି ପଲ୍ ଏବଂ ତାଙ୍କ ଭଉଣୀ ନୀମା ପଲ୍ ଦୀର୍ଘ ଦିନ ଧରି ବଲିଉଡର ଲୋକପ୍ରିୟ ଗୀତରେ ଲିପ୍ ସିଙ୍କ୍ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଭାରତରେ ଦୁହିଁଙ୍କ ଭିଡିଓକୁ ବହୁତ ପସନ୍ଦ କରାଯାଉଛି । ଏହି ଯୋଡି ଅନେକ ହିନ୍ଦୀ ଏବଂ ପଞ୍ଜାବୀ ଗୀତରେ ଲିପ୍ ସିଙ୍ଗ୍ ଏବଂ ନାଚି ଭାରତୀୟମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି । କିଲି ପଲ୍ ତାଙ୍କ ଦେଶୀୟ ପୋଷାକରେ ସମସ୍ତ ଭିଡିଓ ପୋଷ୍ଟ କରନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଅଭିନେତା ଆୟୁଷ୍ମାନ ଖୁରାନା, ଗୁଲ ପନାଗ ଏବଂ ରିଚା ଚଢାଙ୍କ ସମେତ ଅନେକ ଲୋକପ୍ରିୟ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଅନୁସରଣ କରିଛନ୍ତି।