କରୋନା ସଙ୍କଟ ସମୟରେ ମୋଦିଙ୍କ ନୂଆ ମନ୍ତ୍ର: କହିଲେ, ଘର ବନିଛି ନୂଆ ଅଫିସ୍ ଏବଂ ଇଣ୍ଟରନେଟ୍ ପାଲଟିଛି ନୂଆ ବୈଠକ ଘର । ଲିଙ୍କଡ-ଇନ୍ କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀଙ୍କୁ ଦେଲେ ବାର୍ତ୍ତା

654

କନକ ବ୍ୟୁରୋ: କରୋନା ସହ ସାରା ଦୁନିଆ ଲଢେଇ କରୁଥିବା ବେଳେ ଭାରତର ପ୍ରଗତଶୀଳ ଯୁବ ବର୍ଗ ଅଧିକ ସୁସ୍ଥ ଓ ସମୃଦ୍ଧ ଭବିଷ୍ୟତ ପାଇଁ ରାସ୍ତା ଦେଖାଇ ପାରିବେ । ମହାମାରୀ କରୋନା ଭୁତାଣୁ ଏବେ କର୍ମଜୀବୀଙ୍କ ଜୀନବଶୈଳୀକୁ ବଦଳାଇ ଦେଇଛି । ରବିବାର ଲିଙ୍କଡ-ଇନରେ ପେଶାଦାର ଯୁବବର୍ଗଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ଯୋଗୁଁ ଘର ଏବେ ନୂଆ କର୍ଯ୍ୟାଳୟ ପାଲଟିଛି ।

ସବୁଠାରୁ ରୋଚକ କଥାକୁ ଗୁରୁତ୍ୱ ଦେଇ ମୋଦି କହିଛନ୍ତି କି, ଇଂଟରନେଟ ପାଲଟିଯାଇଛି ବୈଠକ କକ୍ଷ । ଆଉ ଅଫିସ ଛୁଟି ସମୟରେ ସହକର୍ମୀଙ୍କ ସହ ମଜାମସ୍ତି ଇତିହାସ ହୋଇଯାଇଛି । ଚଳିତ ଶତାବ୍ଦୀର ତୃତୀୟ ଦଶକର ଆରମ୍ଭ ବହୁତ ଓଲଟା ପାଲଟା କରିପକାଇଛି ଏବଂ କରୋନା ଭୂତାଣୁ ପେଶାଦାରଙ୍କ ଜୀବନଶୈଳୀ ବଡ ପରିବର୍ତନ ଆଣିଦେଇଛି ।

କେବଳ ଏତିକି ନୁହେଁ ବରଂ ଏହାଛଡା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରିବର୍ତିତ ପରିସ୍ଥିତିକୁ ଆପଣେଇ ନେଉଛନ୍ତି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି । କହିଛନ୍ତି ଏପରି କେନ୍ଦ୍ରମନ୍ତ୍ରୀଙ୍କ ସହ ବୈଠକ ମଧ୍ୟ ଭିଡିଓ କନଫରେନ୍ସରେ କରୁଛନ୍ତି । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ଫୋନ ଜରିଆରେ କାମ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।