୧୮ ବର୍ଷ ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ଲୋଭ । ଇଣ୍ଟରନେଟ୍ ପ୍ରଦାନକାରୀଙ୍କ ନାମରେ ବାପା ମା’ ନାମିତ କଲେ ଝିଅର ନାମ

769

କନକ ବ୍ୟୁରୋ : କ’ଣ ଆପଣ କୌଣଶି ଲୋଭରେ ବଶବର୍ତ୍ତି ହୋଇ ଆପଣଙ୍କ ପିଲାର ନାମ କିଛି ବି ରଖି ପାରିବେ କି ? । ଉତ୍ତର ତ ନିଶ୍ଚିନ୍ତ ନା ମିଳିବ । ହେଲେ ଏଭଳି ଏକ ମାମଲା ସ୍ୱିଜରଲ୍ୟାଣ୍ଡରୁ ଆସିଛି । ଏଠାରେ ଏକ ଦମ୍ପତ୍ତ୍ି ନିଜ ଝିଅର ନାମ ଏକ ଇଣ୍ଟରନେଟ୍ ପ୍ରଦାନକାରୀ କମ୍ପାନୀ ନାମରେ ନାମିତ କରିଛନ୍ତି । ଏହା ବଦଳରେ ଏହି ଦମ୍ପତ୍ତିଙ୍କୁ ଇଣ୍ଟରନେଟ୍ ପ୍ରଦାନକାରୀ କମ୍ପାନୀ ପକ୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି ।
ସୂଚନା ମୁତାବକ ଟି-ୱାଇଫାଇଆ ନାମକ ଏକ କମ୍ପାନୀ ଫେସବୁକରେ ବିଜ୍ଞାପନ ଦେଇଥିଲେ କି ଯଦି ଆପଣ ଆପଣଙ୍କ ପିଲାର ନାମ ଟି-ୱାଇଫାଇଆ ନାମରେ ନାମିତ କରିବେ ତେବେ ତାଙ୍କୁ ମାଗଣାରେ ୧୮ ବର୍ଷ ଯାଏଁ ଇଣ୍ଟରନେଟ୍ ସେବା ଯୋଗାଇଦିଆଯିବ । ଏହାସହ କମ୍ପାନୀ ତା’ର ଗାଇଡ ଲାଇନରେ କହିଥିଲା କି ଇଚ୍ଛୂୁକ ଦମ୍ପତ୍ତି କମ୍ପାନୀ ୱେବସାଇଟରେ ପିଲାର ଜନ୍ମ ପ୍ରମାଣପତ୍ର ଅପଲୋଡ କରିବାକୁ ହେବ । ଏହା ପରେ ଯାଂଚ କରାଯାଇ ତାଙ୍କୁ ମାଗଣା ଇଣ୍ଟରନେଟ୍ ଯୋଗାଇ ଦିଆଯିବ ।
ଏହି ବିଜ୍ଞାପନ ପଢିବା ପରେ ଏକ ଦମ୍ପତ୍ତି ନିଷ୍ପତ୍ତି ନେଇଥିଲେ କି ଯଦି ପୁଅ ହେବ ତାହେଲେ ତାର ନାମ ଟ୍ୱିଫ୍ଅସ ଓ ଯଦି ଝିଅ ହୁଏ ତାହେଲେ ତା’ର ନାମ ଟ୍ୱିଫିଆ ରଖିବେ । ଯେତେବେଳେ ତାଙ୍କର ଝିଅ ହୋଇଥିଲା ସେତେବେଳେ ଏହି ୩୦ ଓ ୩୫ ବର୍ଷିୟ ଦମ୍ପତ୍ତି ଚିନ୍ତାରେ ପଡିଯାଇଥିଲେ । ବହୁତ ଚିନ୍ତା କରିବା ପରେ ଜନ୍ମ ପ୍ରମାଣ ପତ୍ରରେ ଝିଅର ମଧ୍ୟ ନାମ ଟ୍ୱିଫିଆ ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ । ଝିଅଟିର ବାପା କହିଛନ୍ତି କି ଏହି ନାମ ପୋ ପାଇଁ ଅନନ୍ୟ ଥିଲା ଓ ଆମେ ଏହାକୁ ତୁରନ୍ତ ଚୟନ କରିନେଲୁ ।
କହିରଖୁ କି ପ୍ରଥମରୁ ଶିଶୁଟିର ମା’ ଏସବୁକୁ ନେଇ ରାଜି ନଥିଲେ । କିନ୍ତୁ ପରେ ସେ ରାଜି ହୋଇଯାଇଥିଲେ । ଟ୍ୱିଫିଆର ମା’ କହିଛନ୍ତି କି ଏହା ଆମ ଉଭୟଙ୍କ ପିଲା , ଏହାସହ ଏହି ନାମଟି ମୋର ବହୁତ ପସନ୍ଦ ଆସିଛି । ଲୋକଙ୍କର ନାମ ତ ଏହାଠାରୁ ଅଧିକ ଖରାପ ରହିଛି । ଅନ୍ୟପଟେ ଉଭୟ ଦମ୍ପତ୍ତି କହିଛନ୍ତି କି ଲୋକ ତ କହିବେ କି ଆମେ ଆମ ପିଲାର ନାମ ବିକିଦେଇଛୁ । ଏହାକୁ ନେଇ ଆମ ଉପରେ କିଛି ପ୍ରଭାବ ପଡିବ ନାହିଁ ।
ଅନ୍ୟପଟେ ଦମ୍ପତ୍ତି ଏକ ବଡ ନିସ୍ପତ୍ତି ନେଇଛନ୍ତି । ମାଗଣାରେ ଇଣ୍ଟରନେଟ୍ ସେବା ମିଳିବା ପରେ ସେ ନେଇ ଯେଉଁ ଖର୍ଚ୍ଚ ବଞ୍ଚିଯିବ ତାହାକୁ ଆମେ ଆମ ଝିଅ ନାମରେ ସଞ୍ଚୟ କରିବୁ ।
ସେପଟେ ଟ୍ୱିଫି ର ମୁଖ୍ୟ ଫିଲିପ୍ ଫୋଟକ୍ କହିଛନ୍ତି କି ଦମ୍ପତ୍ତିଙ୍କର ଏଭଳି ନିଷ୍ପତ୍ତିରେ ସେ ବହୁତ ଖୁସି ଅଛନ୍ତି । ଏହା ଆମ କମ୍ପାନୀ ପାଇଁ ଏକ ଗର୍ବର କଥା । ଯଦି ଆସନ୍ତା ୧୮ ବର୍ଷ ମଧ୍ୟରେ ଆମ କମ୍ପାନୀ ଦେବାଳିଆ ହୋଇଯାଏ ତାହେଲେ ବି ଆମେ ଆମର ପ୍ରତିଶୃତି ପାଳନ କରିବୁ ।