ଶେଷ ହେବ କି WhatsApp ଫ୍ରି କଲିଙ୍ଗ! ଜାଣନ୍ତୁ କେଉଁ ପରିବର୍ତ୍ତନ ପାଇଁ ସରକାର କରୁଛନ୍ତି ପ୍ରସ୍ତୁତି ।

267

କନକ ବ୍ୟୁରୋ: ସରକାର ଆଣିବାକୁ ଯାଉଛନ୍ତି ୨୦୨୨ ଟେଲିକମ୍ ନିୟମ । ଏହି ନିୟମ ଅନୁସାରେ କଲିଙ୍ଗ ଓ ମ୍ୟାସେଜିଙ୍ଗ ସେବା ଦେଉଥିବା ଆପ୍ ଗୁଡିକ ପାଇଁ ଲାଇସେନ୍ସ ବାଧ୍ୟତାମୂଳକ ହୋଇପାରେ । ଏଥିପାଇଁ ଦୂରସଞ୍ଚାର ବିଲ୍ -୨୦୨୨ ଆଧାରରେ ଓଟିଟିକୁ ଦୂରସଞ୍ଚାର ସେବାର ଅଂଶ ଭାବେ ସାମିଲ କରାଯିବାର ସୂଚନା ରହିଛି ।

ହ୍ୱାଟ୍ସଆପ୍, ଫେସବୁକ୍ ସମେତ ଏକାଧିକ ଆପ୍ସ ଇଣ୍ଟରନେଟ୍ କଲିଙ୍ଗ ଓ ମ୍ୟାସେଜିଙ୍ଗ ସୁବିଧା ପାଇଁ ବେଶ୍ ଲୋକପ୍ରିୟ । ଏସବୁ କ୍ଷେତ୍ରରେ ଦେଶରେ ପାଖାପାଖି ୪୦ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ।ଏପରି ସେବା ଟେଲିକମ୍ କମ୍ପାନୀ ଗୁଡିକ ଦିଅନ୍ତି, ଯେଉଁମାନଙ୍କୁ ଭାରତ ସରକାରଙ୍କ ଠାରୁ ଲାଇସେନ୍ସ ନେବାକୁ ପଡେ । କିନ୍ତୁ ଏଣିକି କଲିଙ୍ଗ ଓ ମ୍ୟାସେଜିଙ୍ଗ ସୁବିଧା ସେବା ଦେଉଥିବା ଆପ୍ସ ଗୁଡିକୁ ମଧ୍ୟ ଲାଇସେନ୍ସ ନେବାକୁ ପଡିବ । ଏଥିପାଇଁ ଦୂରସଞ୍ଚାର ଡ୍ରାଫ୍ଟ-୨୦୨୨ ଆଧାରରେ ଓଟିଟିକୁ ଦୂରସଞ୍ଚାର ସେବାର ଅଂଶ ଭାବେ ସାମିଲ କରାଯିବ । ବୁଧବାର ଜାରି ହୋଇଥିବା ବିଲ ଅନୁସାରେ ଦୂରସଞ୍ଚାର ସେବା ଓ ଦୂରସଞ୍ଚାର ନେଟୱର୍କ ସମ୍ପର୍କୀତ କମ୍ପାନୀ ଗୁଡିକୁ ଲାଇସେନ୍ସ ନେବାକୁ ପଡିପାରେ ବୋଲି ସୂଚନା ରହିଛି । ହେଲେ ଏହି ବିଲ ଉପରେ କମ୍ପାନୀ ଓ ଦେଶର ନାଗରିକଙ୍କ ମତାମତକୁ ବିଚାରକୁ ନେବାକୁ ନିଷ୍ପତ୍ତି ନେଇଛି ଭାରତୀୟ ଟେଲିକମ୍ ବିଭାଗ ।

ଇଣ୍ଡିଆନ୍ ଟେଲିକମ୍ୟୁନିକେସନ୍ ବିଲ୍ -୨୦୨୨ର ଡ୍ରାଫ୍ଟରେ ଏକାଧିକ ପରିବର୍ତ୍ତନ କରାଯାଇଛି । ଏହି ଡ୍ରାଫ୍ଟ ମୁତାବକ, ହ୍ୱାଟ୍ସଆପ୍, ସ୍କାଏପି, ଜୁମ୍, ଟେଲିଗ୍ରାମ୍ ଓ ଗୁଗୁଲ ଡିଓ ପରି କଲିଙ୍ଗ ଓ ମ୍ୟାସେଜିଙ୍ଗ ସର୍ଭିସ୍ ଆପ୍ସକୁ ଆଗକୁ ଲାଇସେନ୍ସ ନେବାକୁ ପଡିବ । ଭାରତରେ ଏସବୁ ସେବା ଜାରି ରଖିବାକୁ ହେଲେ ଟେଲିକମ୍ କମ୍ପାନୀ ଗୁଡିକ ପରି ଲାଇସେନ୍ସ ଜରୁରୀ ।
ଯଦି ଏପରି ହୁଏ ତେବେ ଏହାର ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ହିଁ ପଡିବ । ଯଦି ଏହି ଆପ୍ସ ଗୁଡିକ ଲାଇସେନ୍ସ ନିଅନ୍ତି ତାହେଲେ ଗାହକଙ୍କୁ ଏଥିପାଇଁ ଭରଣା କରିବାକୁ ପଡିବ । ରିଚାର୍ଜ କରିବା ସହ ଏହି ଆପ୍ ଗୁଡିକ ବ୍ୟବହାର କରିବାକୁ ଅଧିକ ଅର୍ଥ ଦେବାକୁ ପଡିବ । ଅବଶ୍ୟ ଆପ୍ ଗୁଡିକୁ ଲାଇସେନ୍ସ କିପରି ମିଳିବ ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ସେନେଇ ଏଯାଏଁ କୌଣସି ସୂଚନା ଦିଆଯାଇନାହିଁ ।

ନୂଆ ବିଲରେ ସରକାର ଲାଇସେନ୍ସ ଫିକୁ ନେଇ କିଛି ନିୟମ ରଖିଛନ୍ତି । ଏହି ନିୟମ ଅନୁସାରେ, ସରକାରଙ୍କ ପାଖରେ ଅଧିକାର ରହିଛି ଯେ, ସରକାର ଚାହିଁଲେ ଲାଇସେନ୍ସ ଫିକୁ ଆଂଶିକ ଭାବେ ବା ପୂର୍ଣ୍ଣ ଭାବେ ଛାଡ କରିପାରିବେ । ଏହାସହ ଫି ରିଫଣ୍ଡ କରିବାର ସୁବିଧା ମଧ୍ୟ ରହିଛି । ଯଦି କୌଣସି ଟେଲିକମ୍ କିମ୍ବା ଇଣ୍ଟରନେଟ୍ ପ୍ରୋଭାଇଡର ନିଜର ଲାଇସେନ୍ସ ସରେଣ୍ଡର କରନ୍ତି ତାହେଲେ ସେ ଜମା କରିଥିବା ଲାଇସେନ୍ସ ଫିକୁ ଫେରାଇଦିଆଯିବ ।

ଟ୍ସଆପ ଉପରେ ଲାଇସେନ୍ସ ଫି ଲାଗିଲେ ସ୍ଥିତି କ’ଣ ହେବ କିଛି କହିହେଉନାହିଁ । ସରକାର ଏହି ଡ୍ରାଫ୍ଟ ବିଲ ଉପରେ ଅକ୍ଟୋବର ୨୦ ଯାଏଁ ଜନସାଧାରଣଙ୍କ ମତାମତ ଲୋଡିଛନ୍ତ । ମାମତ ମିଳିବା ପରେ ଏହାପରେ ଏ ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ ହେବ ।