ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: କରୋନା ଯୋଗୁଁ ଇଲେକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ହେଉଛି ପାଳନ; ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା, ଯୋଗ ଆମ ଭିତରେ ଏକତା ଆଣେ

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ: ମୋଦି

471

କନକ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । କରୋନା ସଂକଟ ଯୋଗୁଁ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ ଭିନ୍ନ ଭାବେ କରାଯାଉଛି । ଆୟୁଷ ମନ୍ତ୍ରାଳୟ ଅନୁସାରେ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ପାଳନ ହେଉଛି ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ସକାଳୁ ଆରମ୍ଭ ହୋଇଯାଇଛି । ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯୋଗ ଆମ ମଧ୍ୟରେ ଏକତା ଆଣିଥାଏ ।

ଯୋଗର ମହତ ବୁଝାଇବାକୁ ଯାଇ ମୋଦି କହିଛନ୍ତି, ଯୋଗ ମଣିଷ ଶରୀରରେ ପ୍ରତିରୋଧକ ଶକ୍ତି ବଢାଇଥାଏ । ସଂପ୍ରତି କରୋନା ଭୂତାଣୁ ମୁକାବିଲା ପାଇଁ ମଣିଷ ଶରୀରରେ ଯେଉଁ ପ୍ରତିରୋଧକ ଶକ୍ତିର ଆବଶ୍ୟକ ତାହା ଯୋଗ ଦ୍ୱାରା ମିଳି ପାରିବ ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ । ଚଳିତ ବର୍ଷ ଯୋଗର ଥିମ ଯୋଗ ଆଟ ହୋମ, ଯୋଗ ଆଟ ଫ୍ୟାମଲି । ମଣିଷ ମନରେ ଏକାଗ୍ରତା ଆଣିବାରେ ଯୋଗ ସହାୟକ ହୋଇଥାଏ । ଆଜି ସାରା ବିଶ୍ୱର ଲୋକ ଯୋଗର ଏହି ମହାନତାକୁ ଉପଲବ୍ଧି କରି ଆପଣେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।