କନକ ବ୍ୟୁରୋ :ଭାରତ ସମେତ ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଚିନ୍ତା ବଢାଇଛି । ଦ୍ରୁତ ଗତିରେ ଏହା ବୃଦ୍ଧି ପାଉଛି । ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦେଶ କଟକଣା ଲଗାଇଲେଣି । ଏହାରି ଭିତରେ ଓମିକ୍ରନକୁ ନେଇ ପୁଣି ଚେତାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଡବ୍ଲୁଏଚଓର ବରିଷ୍ଠ ଅଧିକାରୀ କ୍ୟାଥେରିନ ସ୍ମାଲଉଡ କହିଛନ୍ତି, ସଂକ୍ରମଣର ବିପରୀତ ପ୍ରଭାବ ଦେଖିବାକୁ ମିଳିପାରେ । ଓମିକ୍ରନ ଯେଭଳି ଦ୍ରୁତ ଗତିରେ ବ୍ୟାପୁଛି ତାହା ଆଉ ଏକ ବିପଦଜନକ ନୂଆ ଭାଂରିଆଟକୁ ଜନ୍ମ ଦେଇପାରେ ।
ଥଣ୍ଡା, ଜର ଓ କାଶକୁ ହାଲକା ଭାବେ ନ ନେବାକୁ ବି ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଏହା ଚିକିତ୍ସା ବ୍ୟବସ୍ଥାକୁ ପ୍ରଭାବିତ କରିପାରେ । ତେଣୁ ଏହି ଦୃ୍ଷ୍ଟିରୁ ସାବଧାନ ରହିବା ଜରୁରୀ । କ୍ୟାଥେରିନ ସ୍ମାଲଉଡ କହିଛନ୍ତି, ବର୍ତମାନ ଆମେ ବହୁତ ବିପଦଜନକ ସ୍ଥିତିରେ ଅଛନ୍ତି । ୟୁରୋପୀୟ ଦେଶରେ ଯେଭଳି ସଂକ୍ରମଣ ବଢୁଛି ଏହାର ପ୍ରଭାବ କଣ ହେବ ତାହା କହିହେବ ନାହିଁ । ପୂର୍ବରୁ ହୁ କହିଥିଲା, ଡେଲଟାଠାରୁ ଓମିକ୍ରନ କମ ବିପଦଜନକ ହେଲେ ବି ଏହା ସୁନାମି ଆଣିପାରେ । ବର୍ତମାନ ଶହେ ଦେଶରେ ଓମିକ୍ରନ ବ୍ୟାପିସାରିଲାଣି । ଭାରତରେ ୨୩ ରାଜ୍ୟରେ ଓମିକ୍ରନ ସଂକ୍ରମଣ ୨ ହଜାର ଅତିକ୍ରମ କରିସାରିଛି ।
କିନ୍ତୁ, ଗଣମାଧ୍ୟମକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବରିଷ୍ଠ ଜରୁରୀକାଳୀନ ଅଧିକାରିଣୀ କ୍ୟାଥେରାଇନ୍ ସ୍ମଲ୍ଉଡ୍ ବିପଜ୍ଜନକ ସତର୍କ ସୂଚନା ଦେଇ କହିଛନ୍ତି, କ୍ଷିପ୍ର ସଂକ୍ରମଣ ବିସ୍ତାର ହାର ବିପରୀତ ପ୍ରଭାବ ମଧ୍ୟ ପକାଇପାରେ । ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍ପି’ ସହିତ ସାକ୍ଷାତ୍କାର ବେଳେ ସେ କହିଛନ୍ତି, ଓମିକ୍ରନ୍ ଯେତେ ବ୍ୟାପିବ, ସେତେ ସଂକମଣ କରିବ ଏବଂ ସେତେ ବଂଶ ବିସ୍ତାର କରିବ । ନୂତନ ଭେରିଏଣ୍ଟ୍ ମଧ୍ୟ ସୃଷ୍ଟି କରାଇପାରେ । ସମ୍ପ୍ରତି ଓମିକ୍ରନ୍ ମାରତ୍ମକ ବୋଲି ଜଣାପଡ଼ିଛି । ଏହା ମୃତ୍ୟୁର କାରଣ ହୋଇପାରେ । ତା’ହୁଏ ତ ‘ଡେଲ୍ଟା’ ଠାରୁ ଟିକେ ସ୍ବଳ୍ପ ହୋଇପାରେ । କିନ୍ତୁ, ପରବର୍ତ୍ତୀ ଭେରିଏଣ୍ଟ୍ କ’ଣ କରିବ, ତା’କିଏ କହିପାରିବ ?
ସେ ଆହୁରି ମଧ୍ୟ କହିଛନ୍ତି, ମହାମାରୀ ପ୍ରାରମ୍ଭରୁ ୟୁରୋପ ୧୦୦ ନିୟୁତରୁ ଅଧିକ ସଂକ୍ରମଣ ମାମଲା ରେକର୍ଡ କରିଛି। ୨୦୨୧ର ଶେଷ ସପ୍ତାହରେ ରେକର୍ଡ କରିଛି ୫ ନିୟୁତରୁ ଅଧିକ ଆକ୍ରାନ୍ତ। ଅତୀତର ସଂକ୍ରମଣ ହାର ଠାରୁ ବର୍ଷାନ୍ତ ସପ୍ତାହର ମାମଲା ଯଥେଷ୍ଟ ଅଧିକ । ଆମେ ଖୁବ୍ ବିପଜ୍ଜନକ ପର୍ଯ୍ୟାୟରେ ଅଛନ୍ତି । ପଶ୍ଚିମ ୟୁରୋପରେ ସଂକ୍ରମଣ ହାର ଅଧିକ ଦ୍ରୁତ ବେଗରେ ବୃଦ୍ଧି ପାଉଛି। କିନ୍ତୁ, ଏପର୍ଯ୍ୟନ୍ତର ତା’ର ପୂର୍ଣ୍ଣ ପ୍ରଭାବ ଜଣପଡ଼ିନାହିଁ ।