ବିଶ୍ୱର ଚିନ୍ତା ବଢାଇଲାଣି କରୋନା ଭାଇରସ । ସେପଟେ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଘୋଷଣା କଲା ବିଶ୍ୱବ୍ୟାଙ୍କ

174

କନକ ବ୍ୟୁରୋ : ସାରା ଦେଶକୁ ଘାରିଲାଣି କରୋନା ଚିନ୍ତା । କ୍ରମାଗତ ଭାବରେ ଦେଶରେ କରୋନାଙ୍କ ସନ୍ଦିଗ୍ଧଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କରୋନା ଭାଇରସରେ ଯେପରି ଭାବରେ ଅର୍ଥାବ୍ୟବସ୍ଥା ଉପରେ କୌଣସି ପ୍ରଭାବ ନପଡେ ସେଥିପାଇଁ ଚିନ୍ତା ପ୍ରକାଶ କରିଛି ବିଶ୍ୱ ବ୍ୟାଙ୍କ । ଏପରିକି ବିଶ୍ୱ ବ୍ୟାଙ୍କ ଜରୁରୀକାଳୀନ ଆର୍ଥିକ ସହଯୋଗ କରିବାକୁ ସହମତି ଜଣାଇଛି ।

ଆର୍ଥିକ ସହଯୋଗ ଚାହୁଁଥିବା ଦେଶଗୁଡ଼ିକୁ ୧୨ ମିଲିୟନ ଡଲାର ସହଯୋଗ ପ୍ୟାକେଜ ଘୋଷଣା କରିଛି । ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ ମାଲପାସ କହିଛନ୍ତି, ଏହାର ଲକ୍ଷ୍ୟ ଦ୍ରୁତ ଓ ପ୍ରଭାବଶାଳୀ ଦିଗରେ କାମ କରିବ । ଆବଶ୍ୟକ ଚାହୁଁଥିବା ଦେଶଗୁଡ଼ିକୁ ସହଯୋଗ ଦିଆଯିବ । ବିଶ୍ୱର ଗରିବ ଦେଶ ଗୁଡିକ ଉପରେ କରୋନା ପାଇଁ ଅତିରିକ୍ତ ବୋଝ  ପଡିଥିବା କଥା କହିଛନ୍ତି ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ବିଶ୍ୱବ୍ୟାଙ୍କ ନେଇଥିବା ଅଧ୍ୟକ୍ଷ କହିଛନ୍ତି । ବ୍ୟାଙ୍କରୁ ମିଳିବାକୁ ଯାଉଥିବା ଟଙ୍କାରେ ଦେଶ ଗୁଡିକ ଅତ୍ୟାଧୁନିକ ମେଡିକାଲ ଉପକରଣ କିଣିପାରିବେ । ତେବେ ବର୍ତମାନ ସ୍ଥିତିରେ ସାରା ବିଶ୍ୱକୁ କରୋନା ଆତଙ୍କିତ କରିଛି ।