କଟକ ମାହାଙ୍ଗାରେ ବିଜେପିର ମହିଳା ସମାବେଶ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁରନ୍ଦେଶ୍ୱରୀ

86

କନକ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ବିଜେପି ପକ୍ଷରୁ କଟକ ମାହାଙ୍ଗାରେ ମହିଳା ସମାବେଶ କରାଯାଇଛି । ଏଥିରେ ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ, ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ସହ ୫ ହଜାରରୁ ଅଧିକ ମହିଳା ସାମିଲ ହୋଇଛନ୍ତି । ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ଆଇନ ଶୃଙ୍ଖଳା, ଅପରାଧ ଓ ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ଓଡିଶା ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଓଡିଶାର ସରକାର ଲୋକଙ୍କ ପାଇଁ ନୁହେଁ ନିଜ ପାଇଁ କାମ କରୁଛନ୍ତି ।