ଆଜି ଅନ୍ତର୍ଜାତୀୟ ମହିଳା ଦିବସ : ମହିଳାଙ୍କ ପ୍ରତି ସମ୍ମାନ, ସ୍ନେହ, ଶ୍ରଦ୍ଧା ଓ ଅଧିକାରର ଦିନଟିଏ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ : ମହିଳାଙ୍କ ପ୍ରତି ସମ୍ମାନ, ସ୍ନେହ, ଶ୍ରଦ୍ଧା ଓ ଅଧିକାରର ଦିନଟିଏ

source : The Indian Express

ପ୍ରତିବର୍ଷ ମାର୍ଚ୍ଚ ମାସର ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଇଥାଏ । ବିଭିନ୍ନ ଦେଶରେ ଏହା ବିଭିନ୍ନ ଭାବରେ ପାଳନ କରାଯାଇଥାଏ । ବିଶେଷତଃ ମହିଳା ମାନଙ୍କ ପ୍ରତି ସମ୍ମାନ, ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ନିମନ୍ତେ ଏହି ଦିବସର ପାଳନର ତାତ୍ପର୍ଯ୍ୟରହିଛି ଏବଂ ମହିଳା ମାନଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉତ୍ସବ ଭାବରେ ଏହି ଦିନର ମହତ୍ୱ ରହିଛି । କିଛି ଦେଶରେ ଏହି ଦିନକୁ ଏକ ସାଧାରଣ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଏ ଏବଂ ଛୁଟି ଘୋଷଣା କରାଯାଇଥାଏ । ମହିଳା ମାନଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବା ଏବଂ ସେମାନଙ୍କ ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ତଥା ପ୍ରଶଂସା କରିବା ପାଇଁ ଏହି ଦିବସର ମହତ୍ୱ ରହିଛି ।

publive-image

୧୯୭୫ରୁ ‘ଜାତିସଂଘ’ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଉଛି ‘ଅନ୍ତର୍ଜାତୀୟ ମହିଳା ଦିବସ’। ଆମେରିକାର ଏକ ରାଜନୈତିକ ଦଳ ସୋସିଆଲିଷ୍ଟ୍ ପାର୍ଟି ଅଫ୍ ଆମେରିକାର ଆହ୍ୱାନରେ ଫେବ୍ରୁଆରୀ ୨୮ ୧୯୦୯ ମସିହାରେ ପ୍ରଥମ ଥର ପାଇଁ ଏକ ମହିଳା ଦିବସ ପାଳନ କରାଯାଇଥିଲା ଅବଶ୍ୟ ଏହା କେବଳ ଆମେରିକା ମହାଦ୍ୱୀପରେ ହିଁ ସୀମିତ ଥିଲା । ଅଗଷ୍ଟ ୧୯୧୦ ମସିହାରେ ପ୍ରଥମ ବିଶ୍ୱ ମହିଳା ସମାବେଶର ଆୟୋଜନ କରାଯାଇଥିଲା । ସେହିଠାରେ ସମ୍ମିଳିତ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ଏକ ବିଶ୍ୱ ମହିଳା ଦିବସର ଅବଧାରଣା କରାଗଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe