କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଆମେରିକା ସର୍ଭେ ସଂସ୍ଥା ‘ପ୍ୟୁର’ ଏକ ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଛି । ରିପୋର୍ଟରେ କୁହାଯାଇଛି ମୋଦୀଙ୍କ ନେତୃତ୍ୱରେ ଭାରତର ପ୍ରଭାବ ବିଶ୍ୱଦରବାରରେ ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ୬୮ ପ୍ରତିଶତ ଭାରତୀୟ ଓ ୨୮ ପ୍ରତିଶତ ବିଦେଶୀ ମୋଦୀଙ୍କ ନେତୃତ୍ୱକୁ ଖୁବ ପସନ୍ଦ କରୁଛନ୍ତି । ପ୍ୟୁ ୨୩ଦେଶରେ ଏହି ସର୍ଭେ କରିଛି । ତେବେ ୧୨ ଦେଶର ୩୨ ପ୍ରତିଶତ ଲୋକଙ୍କ ପ୍ରଧାନମନ୍ତ୍ରୀ ମୋଦୀ ଭରଷା ପ୍ରକଟ କରିବା ସହ ସେ ଉଚିତ ନିଷ୍ପତି ନିଅନ୍ତି ବୋଲି କହିଛନ୍ତି । ଭାରତ ଉପରେ ସବୁଠୁ ଅଧିକ ବିଶ୍ୱାସ କରୁଥିବା ଦେଶ ହେଉଛି ଇସ୍ରାଏଲ ।