ଅର୍ନ୍ତଜାତୀୟସ୍ତରରେ ଢେଙ୍କାନାଳର ସାଇ ସତ୍ୟମଙ୍କ ସଫଳତା। ଗଣିତ ଅଲମ୍ପିଆଡ ପ୍ରତିଯୋଗିତାରେ ହାସଲ କଲେ ତୃତୀୟ ସ୍ଥାନ।

91

କନକ ବ୍ୟୁରୋ: ତୁଳସୀ ଦୁଇ ପତ୍ରରୁ ବାସେ । ସେଭଳି ଗୋଟିଏ କୁନିପୁଅ ୪ବର୍ଷ ବୟସରେ ଅର୍ନ୍ତଜାତୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରିଛି । ସେ ପୁଣି ଗଣିତ ପାଠରେ । ଢ଼େଙ୍କାନାଳ ଗୁଣ୍ଡିଚାପଡ଼ାର ବ୍ଲୁବେଲ ରୋଜେଟି ସ୍କୁଲର ଷ୍ଟାଣ୍ଡାର୍ଡ ୧ର ଛାତ୍ର ସାଇ ସତ୍ୟମ । ଗଣେଶ୍ୱର ଓ ଝରଣା ରାଣୀଙ୍କ ପୁଅ ସାଇ ସତ୍ୟମ । ସେ ବିଜ୍ଞାନ ଓ ଗଣିତ ପାଠପଢ଼ାରେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଇଣ୍ଟରନ୍ୟାସନାଲ ମ୍ୟାଥମେଟିସ ଅଲମ୍ପିଆଡ ପରୀକ୍ଷାରେ ସାଇ ୪୦ରୁ ୩୯ ନମ୍ବର ରଖି ରାଜ୍ୟରେ ପ୍ରଥମ, ଅର୍ନ୍ତଜାତୀୟସ୍ତରରେ ୩ୟ ସ୍ଥାନ ହାସଲ କରିଛନ୍ତି । ପୁଅର ଏଭଳି ପାଠ ପ୍ରତି ଆଗ୍ରହ ଦେଖି ବାପା, ମଧ୍ୟ ବେଶ ଖୁସି ଅଛନ୍ତି । ସାଇର ବୃଦ୍ଧି ଏବଂ ଧୀରସ୍ଥିର ସ୍ୱଭାବ ଯୋଗୁ ସ୍କୁଲରେ ତାଙ୍କୁ ସମସ୍ତେ ବହୁତ ଭଲ ପାଉଛନ୍ତି । ଗ୍ରାମାଞ୍ଚଳରେ ରହୁଥିବା ସାଇ ସତ୍ୟମଙ୍କ ଭଳି ଉଦୀୟମାନ ପିଲାଙ୍କ ଭବିଷ୍ୟତ ଗଢ଼ି ତୋଳିବାକୁ ବ୍ଲୁବେଲ ରୋଜେଟି ବିଦ୍ୟାଳୟର ଅଧ୍ୟକ୍ଷ ଅଣ୍ଟା ଭିଡ଼ିଛନ୍ତି ।