ବିଶ୍ୱ ଦେଖିପାରେ ଭୟଙ୍କର ଜଳ ସଂକଟ ! ଚିନ୍ତା ବଢାଇଲା ୟୁଏନର ରିପୋର୍ଟ

87

କନକ ବ୍ୟୁରୋ : ବିଶ୍ୱରେ ଖୁବଶୀଘ୍ର ଜଳ ସଂକଟ ଦେଖିବାକୁ ମିଳିପାରେ । ଏକଥା ଆମେ କହୁନୁ, ଏକଥା ୟୁଏନ ଏକ ରିପୋର୍ଟରେ ପ୍ରକାଶ କରିଛି । ଯାହା ଚିନ୍ତାର ଚିନ୍ତାକୁ ବଢାଇ ଦେଇଛି । ରିପୋର୍ଟରେ କୁହାଯାଇଛି, ପାଣିର ଅତ୍ୟଧୀକ ବ୍ୟବହାର ଏବଂ ଅଜଥାରେ ପାଣିକୁ ନଷ୍ଟ କରାଯାଉଥିବାରୁ ଆଗକୁ ଏହା ସଂକଟ ସୃଷ୍ଟି କରିପାରେ ।

ଏକ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଜଳ ସଂକଟ ନେଇ ଗତ ବୁଧବାର ଦିନ ଏକ ବୈଠକ ବସିଥିଲା । ବୈଠକର ୟୁଏନର ମହାସଚିବ ଏଣ୍ଟୋନିୟୋ ଗୁଟେରେସ୍ କହିଥିଲେ, ଦୁନିଆ ଆଖି ବନ୍ଦ କରି ଏକ ବିପଦପୂର୍ଣ୍ଣ ରାସ୍ତାରେ ଚାଲୁଛି ।

ଅନ୍ୟପଟେ ରିପୋର୍ଟରେ ପ୍ରମୁଖ ଲେଖକ ରିଚର୍ଡ କର୍ଣ୍ଣର କହିଛନ୍ତି, ଦୁନିଆବାସୀଙ୍କ ବ୍ୟବହାର ଉପରେ ନିର୍ଭର କରୁଛି ବିଶ୍ୱରେ ଜଳ ସଂକଟ ଦେଖାଦେବ କି ନାହିଁ । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଯାଇଛି । ଲୋକେ ପିଇବା ପାଣିକୁ ଅଜଥାରେ ନଷ୍ଟ କରିବାରେ ଲାଗିଛନ୍ତି । ପିଇବା ପାଣିକୁ ସଂଚୟ କରିବାତ ଦୁରର କଥା ପାଣିକୁ ବ୍ୟବହାର କଲାବେଳେ କେତେ ପାଣି ନଷ୍ଟ ହେଉଛି ତା ଉପରେ ବି ଧ୍ୟାନ ଦେଉନାହାନ୍ତି । ତେଣୁ ଯଦି ଲୋକଙ୍କ ବ୍ୟବହାର ଏହିଭଳି ରୁହେ ତାହେଲେ ଆଗକୁ ବିଶ୍ୱରେ ଭୟଙ୍କର ଜଳ ସଂକଟ ଦେଖାଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି କି, ଦୁନିଆର ୪୦ରୁ ୫୦ ପ୍ରତିଶତ ଲୋକ ଜଳ ସଂକଟକୁ ଭୟଙ୍କର ମାତ୍ରାରେ ସାମ୍ନା କରିବେ । ଦିନକୁ ଦିନ ଜନସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଗକୁ ଏହା ଅଧିକ ବିପଦ ସୃଷ୍ଟି କରିପାରେ ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି