ଫ୍ରାନ୍ସରେ ୨୫% ପ୍ରତିଶତ ଲୋକ ବଧିର । ୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ବଧିର ହୋଇପାରନ୍ତି  । ଜାଣନ୍ତୁ ଏହାର କାରଣ

416

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି, ଯାହା ପୁରା ବିଶ୍ୱବାସୀଙ୍କୁ ଚକିତ କରିଛି । ଏହି ଗବେଷଣାରେ ୧୮ ରୁ ୭୫ ବର୍ଷ ବୟସ ମଧ୍ୟରେ ୧୮୬,୪୬୦ ଲୋକ ସାମିଲ କରାଯାଇଥିଲା । ଗବେଷଣା ଅନୁଯାୟୀ, ଜୀବନଶୈଳୀ, ସାମାଜିକ ବିଚ୍ଛିନ୍ନତା, ଅବସାଦ ଏବଂ ଉଚ୍ଚସଂଗୀତର ସଂସ୍ପର୍ଶରେ ଆସିବା ହେତୁ ଲୋକଙ୍କର ଶ୍ରବଣ ସମସ୍ୟା ହେଉଥିବା ସ୍ପଷ୍ଟ ହୋଇଛି ।

ଆଜିକାଲି, ଅଟୋରେ, ବସରେ ହେଉ କିମ୍ବା ମେଟ୍ରୋରେ, ଅଧିକାଂଶ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ୍ (ଇୟରଫୋନ୍ କିମ୍ବା ହେଡଫୋନ୍) ଲଗାଇ ସମୟ ଅତିବାହିତ କରୁଛନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ପ୍ରମାଣିତ ହେଉଛି । ଫ୍ରାନ୍ସର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଆଣ୍ଡ ମେଡିକାଲ ଇନଷ୍ଟିଚ୍ୟୁଟର ଅନୁସନ୍ଧାନରୁ ଜଣାପଡିଛି ଯେ, ଫ୍ରାନ୍ସର ଚାରିଜଣଙ୍କ ମଧ୍ୟରୁ ଜଣେ ଶ୍ରବଣ ସମସ୍ୟା ଭୋଗୁଛନ୍ତି । ସେଠାରେ ଜନସଂଖ୍ୟାର ୨୫% ଲୋକଙ୍କର ଏପରି ସମସ୍ୟା ଦେଖାଦେଉଛି । ଅର୍ଥାତ୍ ସେମାନେ ଧୀରେ ଧୀରେ ବଧିର ହୋଇଯାଉଛନ୍ତି ।

ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି । ଗବେଷକମାନେ ବିଶ୍ୱାସ କରନ୍ତି ଯେ ପୂର୍ବରୁ କମ୍ ଲୋକଙ୍କୁ ନେଇ ଲୋ- ସ୍କେଲର ଗବେଷଣା କରାଯାଇଥିଲା । କିନ୍ତୁ ଏଥର ବିସ୍ତୃତ ଭାବେ ଗବେଷଣା କରାଯାଇଛି । ଯେଉଁଥିରେ ଜୀବନଶୈଳୀ, ସାମାଜିକ ବିଚ୍ଛିନ୍ନତା, ଅବସାଦ ଏବଂ ଉଚ୍ଚ ସଂଗୀତର ସଂସ୍ପର୍ଶରେ ଆସିବା ହେତୁ ଲୋକମାନେ ଶୁଣିବାରେ ସମସ୍ୟା ଭୋଗୁଥିବା ଜଣାପଡିଛି ।

ଗବେଷଣାରୁ ଜଣାପଡିଛି ଯେ ଡାଏବେଟିସ୍ ଏବଂ ଅବସାଦ ହେତୁ କିଛି ଲୋକଙ୍କର ଶ୍ରବଣ ସମସ୍ୟା ହେଉଛି। ଏଥିସହିତ ନିଃସଙ୍ଗ ଜୀବନସହ  ସହରର କୋଳାହଳ ଶବ୍ଦ ଏବଂ ହେଡଫୋନ୍ ବ୍ୟବହାର କରିବା କାରଣରୁ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

୨୦୫୦ ସୁଦ୍ଧା, ୨୫୦ କୋଟି ଲୋକ ବଧିର ହୋଇପାରନ୍ତି :

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ବିଶ୍ୱରେ ପ୍ରାୟ ୧୫୦୦ ନିୟୁତ ଲୋକ କୌଣସି ନା କୌଣସି ନା କୌଣସି ରୂପରେ ଶ୍ରବଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୨୦୫୦ ସୁଦ୍ଧା ଏହି ସଂଖ୍ୟା ୨୫୦ କୋଟିକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେଣୁ ଏହାକୁ ଏକ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଦେଖାଯାଉଛି  ।