କନକ ବ୍ୟୁରୋ: ବିଦେଶୀ ମାଟିରେ ଓଡିଆ ଖାଦ୍ୟର ମହକ । ଲଗାତାର ଷଷ୍ଠ ବର୍ଷ ପାଇଁ ବିଦେଶୀ ମାଟି ଦୁବାଇରେ ଓଡିଆ ଖାଦ୍ୟକୁ ନେଇ ଆୟୋଜିତ ହୋଇଛି ଓଡିଆ ଫୁଡ ଫେଷ୍ଟିବାଲ ହାଣ୍ଡିଶାଳ । ଏହି ମହୋତ୍ସବ ଦୁବାଇର ଏରିଟେରସ ଇଂଲିଶ ସ୍ପିକିଂ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ଲୋକପ୍ରିୟ ଓଡିଆ ଖାଦ୍ୟ ମୁଖ୍ୟ ଆକର୍ଷଣ ଥିଲା ।
ଓଡିଆ ସମାଜ ୟୁନାଇଟେଡ୍ ଆରବ ଏମିରେଟସ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଓଡିଶାର ପୂର୍ବ, ପଶ୍ଚିମ, ଉତର ଓ ଦକ୍ଷିଣ ସବୁ ଅଂଚଳର ସୁସ୍ୱାଦୁ ବ୍ୟଞ୍ଜନ ଦେଖିବାକୁ ମିଳିଥିଲା । ୫୦ରୁ ଅଧିକ ପ୍ରକାରର ପାରମ୍ପରିକ ଓଡିଆ ଖାଦ୍ୟ ଏଠାରେ ଦେଖିବାକୁ ମିଳିଥିଲା । ଓଡିଆ ଖାଦ୍ୟକୁ ୟୁଏଇରେ ପଂହଚାଇବାକୁ ସୁଦୂର ୟୁଏଇରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି ଏହି ଖାଦ୍ୟ ମହୋତ୍ସବ ।
  
 Follow Us
                            
                        
                            
                            /kanak/media/post_attachments/wp-content/uploads/2019/02/6-3-300x154.jpg)