ବିଦେଶୀ ମାଟିରେ ଓଡିଆ ଖାଦ୍ୟର ମହକ । ଦୁବାଇରେ ଆୟୋଜିତ ହେଲା ଓଡିଆ ଫୁଡ ଫେଷ୍ଟିବାଲ ‘ହାଣ୍ଡିଶାଳ’

188

କନକ ବ୍ୟୁରୋ: ବିଦେଶୀ ମାଟିରେ ଓଡିଆ ଖାଦ୍ୟର ମହକ ।  ଲଗାତାର ଷଷ୍ଠ ବର୍ଷ ପାଇଁ  ବିଦେଶୀ ମାଟି ଦୁବାଇରେ ଓଡିଆ ଖାଦ୍ୟକୁ ନେଇ ଆୟୋଜିତ ହୋଇଛି ଓଡିଆ ଫୁଡ ଫେଷ୍ଟିବାଲ ହାଣ୍ଡିଶାଳ ।  ଏହି ମହୋତ୍ସବ ଦୁବାଇର ଏରିଟେରସ ଇଂଲିଶ ସ୍ପିକିଂ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ ରାଜ୍ୟର ଲୋକପ୍ରିୟ ଓଡିଆ ଖାଦ୍ୟ ମୁଖ୍ୟ ଆକର୍ଷଣ ଥିଲା ।

ଓଡିଆ ସମାଜ ୟୁନାଇଟେଡ୍ ଆରବ ଏମିରେଟସ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଓଡିଶାର ପୂର୍ବ, ପଶ୍ଚିମ, ଉତର ଓ ଦକ୍ଷିଣ ସବୁ ଅଂଚଳର ସୁସ୍ୱାଦୁ ବ୍ୟଞ୍ଜନ ଦେଖିବାକୁ ମିଳିଥିଲା । ୫୦ରୁ ଅଧିକ ପ୍ରକାରର ପାରମ୍ପରିକ ଓଡିଆ ଖାଦ୍ୟ ଏଠାରେ ଦେଖିବାକୁ ମିଳିଥିଲା ।  ଓଡିଆ ଖାଦ୍ୟକୁ ୟୁଏଇରେ ପଂହଚାଇବାକୁ ସୁଦୂର ୟୁଏଇରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି ଏହି ଖାଦ୍ୟ ମହୋତ୍ସବ ।