କନକବ୍ୟୁରୋ: ଜୟପୁର କଲେଜ ଅଫ ନର୍ସିଂ ପରିସରରେ ୨୦୪ ତମ ଆନ୍ତର୍ଜାତୀୟ ନର୍ସ ଦିବସ ପାଳିତ ହୋଇଯାଇଅଛି। ଏହି କାର୍ୟ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ହରି ନାରାୟଣ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ଶିବ କିଶୋର ସଭାପତି ଏବଂ କଲେଜର ପରିଚାଳନା ନିର୍ଦ୍ଦେଶକ ସୁକାନ୍ତ ଶତପଥୀ ଯୋଗଦେଇଥିଲେ । ଫ୍ଲୋରେନ୍ସ ନାଇଟ ଏଙ୍ଗେଲଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଦିଆଯାଇ କାର୍ୟ୍ୟକ୍ରମକୁ ଆରମ୍ଭ କରାଯାଇଥିଲା।
ଉପସ୍ଥିତ ଅତିଥିମାନେ ଆଗାମୀ ଦିନରେ କିପରି ନିଜ କ୍ୟାରିୟରରେ ଭଲ କରିପାରିବେ ଏବଂ ଜଣେ ସୁନାଗରିକ ହୋଇ ଦେଶ ଗଠନରେ ସାହାର୍ୟ୍ୟ କରିପାରିବେ ଏଥିନେଇ ଗୁରୁତ୍ଵ ଦେଇଥିଲେ। ପରେ ବକୃତା, ରଚନା, ଚିତ୍ରକଳା, ରଙ୍ଗୋଲି, ନାଚ, ସଙ୍ଗୀତ ଆଦି ପ୍ରତିଯୋଗିତାରେ କୃତୀ ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ।
କଲେଜର ଶିକ୍ଷକ/ଶିକ୍ଷୟତ୍ରୀ ଅନିତା ବ୍ରହ୍ମା, ବିନିତା କ୍ରିପାଞ୍ଜଳି, ସ୍ନିଗ୍ଧା ରାଣୀ ଦାସ, ଜୟଶ୍ରୀ ପ୍ରଧାନ, କୁନି ମଣ୍ଡଳ, ପଲ୍ଲବୀ ଖାଡ଼ଙ୍ଗା, ସ୍ନେହା ମହାନ୍ତି, ରଶ୍ମିତା ସୌରା, ଚନ୍ଦ୍ରିକା ପାତ୍ର, ପି ସ୍ୱାତି, ମହେଶ୍ୱରୀ, ସଞ୍ଜୀବ ବାଘ ପ୍ରମୁଖ ସହଯୋଗିତା କରିଥିଲେ। ଏହି କାର୍ୟ୍ୟକ୍ରମ ଗତ ୯ ତାରିଖ ରେ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଥିଲା ଏବଂ ଆଗାମୀ ୧୧ ଓ ୧୨ ତାରିଖ ରେ ନବରଙ୍ଗପୁରରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଶତପଥି ସୁଚନା ଦେଇଛନ୍ତି ।
Follow Us